ଗ୍ରୀନ ଜୋନ୍‌ରେ ଖୋଲିବ ମଦ ଦୋକାନ, କିନ୍ତୁ କାଉଣ୍ଟର ଆଗରେ ୫ ଜଣରୁ ଅଧିକ ଛିଡା ହେବେନି

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୦୧।୦୫: କରୋନା ଭାଇରସ୍‌ର  ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ ୩ରେ ଶେଷ ହେବାକୁ ଥିବା ଲକ୍‌ଡାଉନ୍‌କୁ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହେଲେ ରେଡ୍ ଜୋନ୍, ଗ୍ରୀନ ଜୋନ୍ ଓ ଅରେଞ୍ଜ ଜୋନ୍‌କୁ ନେଇ ଅଲଗା ଅଲଗା  ଗାଇଡ୍ ଲାଇନ୍ ଜାରି କରାଯାଇଛି। ଗ୍ରୀନ ଜୋନ୍ ଓ ଅରେଞ୍ଜ ଜୋନରେ ଅନେକ କୋହଳ ଦିଆଯାଇଛି। ଲକ୍‌ଡାଉନ୍‌ରେ ମଦ ଓ ପାନ ଦୋକାନ ଖୋଲିବା ନେଇ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଆସିଛି ଖୁସିର ଖବର। ଏହି ଖବର କେବଳ ଗ୍ରୀନ ଜୋନ୍‌ ପାଇଁ ଉଦ୍ଦିଷ୍ଟ। କେନ୍ଦ୍ର ସରକାର ଗ୍ରୀନ ଜୋନ୍‌ ଜିଲ୍ଲାଗୁଡିକରେ ମଦ ଦୋକାନ ଓ ପାନ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ମଦ ଦୋକାନ ଓ ପାନ ଦୋକାନ ମେ ୪ରୁ ଖୋଲା ହେବ।

{"id":263249,"sizeSlug":"large"}

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ଗ୍ରୀନ ଜୋନରେ ମଦ ଦୋକାନ ଓ ପାନ ଦୋକାନ ଖୋଲିବ। କିନ୍ତୁ ଉଭୟ ଦୋକାନ ମଧ୍ୟରେ ସର୍ବନିମ୍ନ ଛଅ ଫୁଟ ଦୂରତା ସୁନିଶ୍ଚିତ କରାଯିବ। ଦେକାନରେ ଏକକାଳୀନ ୫ ଜଣରୁ ଅଧିକ ଗ୍ରାହକ ରହି ପାରିବେ ନାହିଁ। ଏହା ସହିତ ଦୋକାନରେ ସାମାଜିକ ଦୂରତ୍ଵ ନିୟମ କଡାକଡି ପାଳନ କରାଯିବ। ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.