Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ମଦ ବିକଳରେ ଜଣେ ପିଇଲା ଆପ୍ଟର ସେଭ୍‌ ଲୋସନ, ନଦୀକୁ ଡେଇଁଲା ଜଣେ , ଆଉ ଜଣେ ଗଛରେ ଝୁଲିଲା

29/03/2020 at 6:51 PM

ତ୍ରିଭେନ୍ଦ୍ରମ୍ ୨୯.୦୩- ନିଶାଖୋର ମଣିଷ ନିଶା ଖାଇଲେ ଯେପରି ବାଚାଳ ହୁଏ, ନିଶା ନପାଇଲେ ବି ସେପରି ପାଗଳ ଭଳି ହୋଇଯାଏ । ଏହାର ଅନେକ ଉଦାହରଣରେ ଯୋଡି ହୋଇଯାଇଛି କେରଳର ଆଉ ତିନିଟି ଘଟଣା । ତେବେ ଏହି ପରିଣତି ଦୁଃଖଦ ନିଶ୍ଚୟ ।ଲକ୍‌ଡାଉନ ବେଳେ ଲାଇଫ୍ ଡାଉନ ।

କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲକ୍‌ଡାଉନ ବେଳେ , କିଛି ବିପରୀତ ଘଟଣା ମଧ୍ୟ ଘଟି ଚାଲିଛି ।କାରଣ ସବୁ ବନ୍ଦରେ କିଛିର ଅଭାବରୁ ଅଘଟଣ । କେରଳର ବିଭିନ୍ନ ପ୍ରାନ୍ତରେ ତିନି ଜଣ  ନିଶାଖୋରଙ୍କ  ଦୁଃଖଦ ପରିଣତି ।

ଥ୍ରୀସୂର ଜିଲ୍ଲାର କୋଡୁଙ୍ଗାଲୁର ନିବାସୀ ସୁନୀଶ ଜଣେ ନିଶାଖୋର ବ୍ୟକ୍ତି । ୩୨ ବର୍ଷୀୟ ଏହି ଯୁବକଙ୍କର ସବୁ ଦିନ ମଦ ଦରକାର ।କିନ୍ତୁ ଲକ୍‌ଡାଉନରେ ମିଳିଲାନି ମଦ, କାରଣ ଦୋକାନ ବନ୍ଦ । ଅଥଚ ନିଶା ଖାଇବାକୁ କାଉଲବାଉଲ ହୋଇଗଲେ ସୁନୀଶ । ତାଙ୍କର ମଦ ଦରକାର, ନିଶା ନଖାଇଲେ ଶରୀର ଅସ୍ତବ୍ୟସ୍ତ । ବ୍ୟସ୍ତ ବିବ୍ରତ ହୋଇ ସେ ନିଜ ମନ ଉପରେ ନିୟନ୍ତ୍ରଣ ରଖିପାରିଲେନି , ନଦୀକୁ ଡେଇଁ ପଡିଲେ । କିଛି ଘଣ୍ଟା ପରେ ଉଦ୍ଧାର ହେଲା ତାଙ୍କ ମୃତ ଦେହ ।

ଠିକ୍‌ ସେହିପରି ଆଉ ଏକ ଘଟଣା ଘଟିଛି ଆଲାପୂଜା ଜିଲ୍ଲାରେ । ନୌଫୁଲ୍ଲା ନାମକ ଜଣେ ୩୪ ବର୍ଷୀୟ ଯୁବକ ମଦ ବିକଳରେ ଆଲକହଲ ର କିଛି ମାତ୍ରା ରହିଥିବା ଆପ୍ଟର ସେଭ୍‌ ଲୋସନ ପିଇଦେଲେ । ତାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତୀ କଲେ ପରିବାର ଲୋକେ । ଦୁଇ ଦିନ ମୃତ୍ୟୁ ସହ ଲଢିବା ପରେ ତାଙ୍କ ଜୀବନ ଚାଲିଗଲା ।

ଗତ ସପ୍ତାହରେ ଆନ୍ୟଜଣେ ଯୁବକ ମଦ ପିଇବାକୁ ନପାଇ ମାନସୀକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ସେ ହେଲେ ୩୮ ବର୍ଷୀୟ ସନୋଜ । ଦିନ ମଜୁରିଆ ସନୋଜ , ପ୍ରତିଦିନ ମଦ ପିଉଥିଲେ । କିନ୍ତୁ ଲକ୍‌ ଡାଉନରେ ମଦ ମିଳିଲାନି । କାରଣ ସବୁ ମଦ ଦୋକାନ ସହ କେରଳ ସରାକାରଙ୍କ ମଦ ନିଗମ କାଉଣ୍ଟର ବି ବନ୍ଦ । ଫଳରେ ମାନସୀକ ଭାରସାମ୍ୟ ହରାଇ ସନୋଜ ତାଙ୍କ ଘର ପାଖରେ ଥିବା ଏକ ଗଛରେ ଫାଶି ଲଗାଇ ଦେଲେ ।ବାଃ ବାଃ ରେ ମଦ ନିଶା, ପିଇଲେ ରାଜା, ନପାଇଲେ ମୃତ୍ୟୁ !

   Related Posts