Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଚୋରା ମଦ ଜବତ ସହ ୩ଜଣ ବେପାରୀଙ୍କୁ ଅଟକ ରଖିଲା ପୋଲିସ୍

22/09/2019 at 2:16 PM

ବାଲେଶ୍ବର ୨୨/୯: ବାଲେଶ୍ବର ଜିଲା ବାହାନଗା ବ୍ଲକରୁ ବାସୁଦେବପୁର ସଲଟ ରାସ୍ତା ସାହାସପୁରାଛକରେ ଚୋରା ମଦ ନେଇଯାଉଥିବା ୩ଯୁବକଙ୍କୁ ଅଟକ କରିବା ସହିତ ୪୦୦ଲିଟରରୁ ଉର୍ଦ୍ଧ ମଦ ଜବତ କରି ସୋର ଅବକାରୀ ବିଭାଗର ଜିମା ଦେଲେ ସ୍ଥାନୀୟ ଲୋକେ।  ଭୋରରୁ ୪ ଯୁବକ ଓଡଶାଳର ପ୍ରଦୀପ ମହାପାତ୍ର, ଚିତ୍ତ ରଞ୍ଜନ ମହାଳିକ ଓ ଗୋଲପୁରର ଡମ୍ବରୁଧର ବେହେରା ଆପାଚି, ଗ୍ଲେମର, ୟାମା ମଟର ସାଇକେଲ ଯୋଗେ ପ୍ଲାଷ୍ଟିକ ପାଉଚରେ ଚୋରା ଦେଶି ମଦ ଅଖାରେ ଭର୍ତ୍ତିକରି ନେଉଥିଲେ।

ସାହସାପୁରାଛକରେ ସ୍ଥାନୀୟ ଲୋକେ ଚୋରା ଦେଶି ମଦ ବେପାରୀଙ୍କୁ ଧରି ସୋର ଅବକାରୀ ବିଭାଗକୁ ହସ୍ତାନ୍ତର କରିଛନ୍ତି। ମାଷ୍ଟର ମାଇଣ୍ଡି ଓ ଅନ୍ୟ ବାଇକରେ ଥିବା ୫ଯୁବକ ଖସି ଯାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଚୋରା ମଦ ବେପାରୀଙ୍କ ୩ଟି ବାଇକକୁ ପିଟି ଭାଙ୍ଗି ଦେଇଛନ୍ତି। ପ୍ରତ୍ୟେହ ଏହି ରାସ୍ତାରେ ଚୋରା ମଦ ବେପାରୀମାନେ ଚୋରା ମଦ ନେଇ ଯାଉଥିବାବେଳେ ଅବକାରୀ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା।

   Related Posts