Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ନୂଆ ବର୍ଷ ପାଇଁ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ

31/12/2019 at 7:44 PM

ଭୁବନେଶ୍ବର ୩୧।୧୨: ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ରାତି ଗୋଟାଏ ଯାଏ ଖୋଲା ରହିବ ମଦ ଦୋକାନ । ବାର ଓ ଠିପି ଖୋଲା ମଦ ଦୋକାନ ବି ଖୋଲାହେବ । ଟୁଇନସିଟି ଭୁବନେଶ୍ବର ଓ କଟକ ସହ ପୁରୀରେ ଏହା କାର୍ଯ୍ୟକାରୀ ହେବ ।  ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ଜିରୋ ନାଇଟ ପାଳନ ସମୟରେ ମଦ ପିଇ ଗାଡି ଚଳାଇବା ଉପରେ କଟକଣା ଲାଗୁ କରିବାକୁ ଅଣ୍ଟା ଭିଡିଛି ପୋଲିସ । ସହରରେ ୬ଟି ପିସିଆର ଭ୍ୟାନକୁ ମୁତୟନ କରାଯିବ । ସେପଟେ ସରକାରଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ବିରୋଧି ।

ଦୋକାନ ଖୋଲା ଅଛି। ଖାସ୍‌ ନୂଆବର୍ଷ ପାଇଁ ରାତି ଗୋଟାଏ। ଆଜି ଓ  ଆସନ୍ତାକାଲି ରାତି ଗୋଟାଏ ଯାଏଁ ମଦ ଦୋକାନ ଖୋଲା ରହିବ।  ଠିପି ଖୋଲା ମଦ ଦୋକାନ ସାଙ୍ଗକୁ ବାର୍ ବି ଖୋଲା ରହିବ। ଭୁବନେଶ୍ବର କଟକ ସମେତ ପୁରୀ ସହରରେ ମଦ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଅବକାରୀ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।ରାତି ଗୋଟାଏ ଯାଏଁ ସିନା ଦୋକାନ ଖୋଲା କିନ୍ତୁ ରା

ସ୍ତାରେ ଜଗିରହିବେ ପୋଲିସବାବୁ। ପାଟି ବାସିଲେ ପାଟିରେ ଫୁଙ୍କାଯନ୍ତ୍ର ପୁରାଇ ମାପିବେ, ପେଟରେ କେତେ ପଡ଼ିଛି। ଆଉ ତାପରେ ଯାହା କରିବେ ଅନୁମାନ କରନ୍ତୁ । ଜିରୋ ନାଇଟ ସେଲିବ୍ରେସନ ନାଁରେ ମଦ ପିଇ ଯେଉଁମାନେ ବିଳମ୍ବିତ ରାତିରେ ଗାଡି ଚଳାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ଜରିମାନା ଆଦାୟ ହେବା ସହ ଆବଶ୍ୟକ ପଡିଲେ ଲାଇସେନ୍ସ ରଦ୍ଦ କରାଯିବ । ଧରପଗଡକୁ ଯୋରଦାର କରିବା ଲାଗି କମିଶନରେଟ ପୋଲିସ ୬ଟି ସ୍ବତନ୍ତ୍ର ପିସିଆର ବ୍ୟବସ୍ଥା କରିଛି ।

ଜିରୋ ନାଇଟ ସେଲିବ୍ରେସନ ନାଁରେ ମଦ ଦୋକାନ ଖୋଲା ଅବଧି ବଢାଇବାକୁ କିନ୍ତୁ ସହଜରେ ଗ୍ରହଣ କରି ନାହାନ୍ତି ବିରୋଧୀ ।  ସରକାର ମଦ ପ୍ରସାର ରୋକିବାକୁ କହୁଛନ୍ତି ହେଲେ ମଦର ପ୍ରସାର ଲାଗି ନିର୍ଦ୍ଦେଶ ଦେଉଛନ୍ତି । ଏହା ସରକାରଙ୍କ ଦୋ ମୁହାଁ ନୀତି  ଏହା ଗ୍ରହଣୀୟ ନୁହେଁ । ଜିରୋ ନାଇଟ ପାଳନ ଲାଗି କୋଲକୋତାରେ ମଦ ଦୋକାନ ରାତି ୪ଟା ଓ ମୁମ୍ବାଇରେ ୧ ତାରିଖ ସକାଳ ୬ଟା ଅର୍ଥାତ ଦିନ ରାତି ୨୪ ଘଣ୍ଟା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସେଠାକାର ରାଜ୍ୟ ସରକାର । ତେଣୁ ଏଠି ତ ରାତି ଗୋଟାଏ ଯାଏଁ ଖୋଲା ରହିବ। ଯାହାକୁ ବିରୋଧୀ ସିନା ସମାଲୋଚନା କରୁଛନ୍ତି ଲୋକେ କେମିତି ଗ୍ରହଣ କରୁଛନ୍ତି ସେମାନେ ହିଁ କହିବେ।  

   Related Posts