ରାଜଧାନୀରୁ ଜବତ ହେଲା ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ
3/02/2020 at 8:12 AM

ଭୁବନେଶ୍ବର ୦୩।୦୨: ରାଜଧାନୀରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ । ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ମିଳିତ ଚଢାଉ କରି ଜବତ କରିଛି ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଷ୍ଟେସନ ବଜାର ଅଞ୍ଚଳରେ ମଦ କାରବାର ନେଇ ସୂଚନା ମିଳିଥିଲା । ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ମିଳିତ ଭାବେ ୨ଟି ଘରେ ଚଢାଉ କରିଥିଲେ । ଚଢାଉରେ ୬୧୭ ବୋତଲ ବିଦେଶୀ ସହ ଦେଶୀ ମଦ ଜବତ ହୋଇଛି । ଜବତ ମଦର ଆନୁମାନିକ ମୁଲ୍ୟ ୪ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021