Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ମାସ୍କରେ ଲୁଚିଲା ଓଠ, ଆଉ କଣ ହେବ ଲିପଷ୍ଟିକ୍ :ମହିଳାଙ୍କ ବିଉଟି ପ୍ରଡକ୍ଟ ମାର୍କେଟିଂ ପ୍ରଭାବିତ, ଆଖି ପାଇଁ ବେଶୀ ଗୁରୁତ୍ୱ

6/06/2020 at 7:33 PM

ଭୁବନେଶ୍ୱର, ୦୬|୦୬: ମହିଳାଙ୍କ ପସନ୍ଦ ତାଲିକାରୁ ବାଦ୍ ପଡିବ କି ଲିପଷ୍ଟିକ୍  ? ବଜାରରୁ ହଜିଯିବ କି ବିଭିନ୍ନ ଭେରାଇଟିର ଆଉ ମ୍ୟାଚିଂ ଲିପଷ୍ଟିକ୍ ? ଏବେ ବିଉଟି ପ୍ରଡକ୍ଟ ଲିପଷ୍ଟିକ୍‌ର କମିଛି  କ୍ରେଜ୍  ମହିଳାଙ୍କ ମାର୍କେଟିଂ ଲିଷ୍ଟ ରେ ନାହିଁ ଲିପଷ୍ଟିକ୍ । କରୋନା ମାଡରେ ଏହି ପ୍ରଡକ୍ଟର ଚାହିଦା ୮୦ ପ୍ରତିଶତ କମିଥିବା କଥା ଦୋକାନୀ କହୁଛନ୍ତି ।ନିକଟରେ କରୋନା ଗ୍ରାସରେ ସାରା ପୃଥିବୀ ଥିବାବେଳେ ସମସ୍ତଙ୍କୁ ମୁଡଁରେ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି ।ମହିଳାମାନେ ମଧ୍ୟ ନାକରୁ ଓଠ ଯାଏଁ ମୁହଁରେ ମାସ୍କ୍ ପିନ୍ଧୁଛନ୍ତି ।

ମହିଳା ମାନେ ଆଉ ଓଠକୁ ଗୁରୁତ୍ବ  ନଦେଇ  ଏବେ ଆଖିକୁ ଦେଉଛନ୍ତି ଅଧିକ ଗୁରୁତ୍ବ । ଆଖିର ଲାଇନର୍ ଆଇଲାସ୍  ଠାରୁଆରମ୍ଭ କରି   ଆଇଲାଇନର୍ ଲଗାଇ  ଆଟ୍ରାକ୍ଟଟିଭ ତଥା ଡେକୋରେଟିଭ୍ ଆଖିକୁ ଗୁରୁତ୍ୱ ଦେଉଛନ୍ତି ।କଲର୍ ପ୍ରଡକ୍ଟ ଉପରେ ନାଁ ଗ୍ରାହକ ଦେଉନ୍ତି ଜୋର ନା ଦୋକାନୀ ।ଯାହା ରହିଛି ପୁରୁଣା ପ୍ରଡକ୍ଟ ତାହା ହିଁ ବିକ୍ରି ହେବା ଏବେ କଷ୍ଟ ହେଉଛି ।

ସେପଟେ କଷ୍ଟମରଙ୍କ କହିବା ଅନୁଯାୟୀ, ମୁହଁରେ ଲିପଷ୍ଟିକ ଟିକିଏ ଲାଗିଲେ ମୁହଁ ଗ୍ଳୋ ଠାରୁ ଆରମ୍ଭ  କରି ପୁରା ବିଉଟି ରେ ଥାଏ ନୂଆ ରୂପ ।ସ୍କିନ ଟୋନକୁ ମୁହଁକୁ ମ୍ୟାଚ କଲା ଭଳି ବିଭିନ୍ନ କମ୍ପାନୀର ଭଳିକି ଭଳି ଲିପଷ୍ଟିକ ଏବେ ବଜାରରେ ଉପଲବ୍ଧ ହେଉଛି ।ମ୍ୟାଟ୍ ଠାରୁ ଆରମ୍ଭ କରି ଗ୍ଳସିସ ୯ ଟୁ ୧୨ ଘଣ୍ଟା ରହୁଥିବା ଲିପଷ୍ଟିକର ଏବେ ଚାହିଦା କମିଛି । ମୁହଁରେ ମାସ୍କ ରହୁଥିବା କାରଣରୁ ଆଉ କିଏ ଲିପଷ୍ଟିକ କିଣିବାକୁ ପସନ୍ଦ କରୁନାହାନ୍ତି । କିନ୍ତୁ ଏବେ କଷ୍ଟମରଙ୍କ ବିଶ୍ବାସ ରହିଛି ବିଉଟି କମ୍ପାନୀମାନେ କିଛି ନା କିଛି ରାସ୍ତା ବାହାର କରିବେ ।

   Related Posts