Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଲିପିନା ପାଲ୍ : କେମିତି ଶିଖିଲେ ଭାରତୀଙ୍କ ଅଭିନୟ, ଶୁଣନ୍ତୁ କଣ କହୁଛନ୍ତି ଗ୍ରୀନ୍ ରୁମର ଗହନ କଥା

29/12/2018 at 11:30 AM

ଭଦ୍ରକ୨୯|୧୨: ରଙ୍ଗ ମହଲର ନାୟିକା –ଭାରତୀ, ପରକୀୟା ପ୍ରୀତିରେ ଛନ୍ଦି ହୋଇ ରାତାରାତି ବିଦା ହୋଇଥିଲେ । ଆଉ ତାଙ୍କ ଭୂମିକାରେ ଅଭିନୟ କଲେ ଲିପିନା ପାଲ୍ । ଲିପିନାଙ୍କ ଅଭିନୟର ଯାଦୁରେ ହଜିଗଲେ ଦର୍ଶକ, ଆଉ ରଙ୍ଗମହଲର କଳାକାର ଭୁଲିଗଲେ ଭାରତୀକୁ । ତେବେ ଲିପିନା, କେମିତି ଶିଖିଲେ ଭାରତୀଙ୍କ ଅଭିନୟ, ସେ କଥା ଜାଣିଲେ ଆପଣ ତାଜୁବ ହୋଇଯିବେ । ଦର୍ଶକଙ୍କ ଗହଣରେ ବସି ଲିପିନା ଶିଖୁଥିଲେ ଭାରତୀଙ୍କ ଅଭିନୟ, ଆଉ ମନେ ରଖୁଥିଲେ ଡାଇଲଗ୍ । ଗତ ବର୍ଷ  ପାର୍ବତୀ ଗଣନାଟ୍ୟରେ ଅଭିନୟ କରୁଥିବା ଲିପିନା, ଏଥର ଘରେ ରହି ବିଶ୍ରାମ ନେଉଥିଲେ ।

 ନାୟିକା ଲିପିନା ପାଲ, ଜଗତସିଂହପୁର ଜିଲ୍ଲା ଓଡିଶୋ ଗାଁରେ ତାଙ୍କ ଘର । ମାଆ ତାଙ୍କର ଅଭିନେତ୍ରୀ । ଓଡିଶାରେ ଚହଳ ସୃଷ୍ଟି କରିଥିବା ନାଟକ ସୁର ସାରଙ୍କ ସାନ ଝିଅର ନାୟିକା- କାମିନୀ ସ୍ୱାଇଁଙ୍କ ଝିଅ ହେଉଛନ୍ତି ଲିପିନା । ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ଥିଲା ଦୁର୍ବଳତା । ଛୋଟ ପରଦାରେ ପ୍ରଥମେ ଅଭିନୟ ଆରମ୍ଭ କଲେ । ଦୂରଦର୍ଶନର ସିରିୟଲ – କାଚ କଣ୍ଢେଇ, ଅନୁତାପରେ ଅଭିନୟ କରିବା ସହ ଅନେକ ଆଲବମରେ ଅଭନୟ କରିଛନ୍ତି । କିଛି ଦିନ ପରେ ମଂଚରେ ପାଦ ଦେଲେ । ଇଷ୍ଟର୍ଣ ଭାଉଲେଟରେ ଅଭିନୟ ଆରମ୍ଭ କରି ପରେ ଇଷ୍ଟର୍ମ ବ୍ଲୁ, ପାର୍ବତୀ, ଆଉ ଏବେ ରଙ୍ଗମହଲରେ ଅଭିନୟ ଜାରି ରଖିଛନ୍ତି ।

ଅନେକ ହିଟ୍ ନାଟକରେ ସେ ଅଭିନୟ କରିଛନ୍ତି । ମୋ ପତି ତୋ ପରମେଶ୍ୱର, ସରକାର ମୋତେ ଫାଶୀ ଦିଅ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ଏମିତି କେମିତି ହେଲା, ଅଧେ ତୋର ଅଧେ ମୋର, ବାହା ହେଇଛୁ ନା ବାଢୁଅ ଅଛୁ ଆଦି ନାଟକରେ ସେ ସଫଳ ଅଭିନୟ କରିଛନ୍ତି ।

ତେବେ ସେ ଗ୍ରୀନ ରୁମ କିଛି ଗହନ କଥା ଆମକୁ କହିଛନ୍ତି । ପରକୀୟା ପ୍ରୀତି ସବୁଠି ଚାଲିଛି, ଆଉ ମଂଚରେ ହେଲେ ଅସୁବିଧା କେଉଁଠି ବୋଲି ଲିପିନା କହନ୍ତି । ଅଭିନେତ୍ରୀ ଭାରତୀଙ୍କ ସହ ଲିପିନା କଥା ହୋଇ ନାହାଁନ୍ତି । ତେବେ ଯଦି ଲିପିନାଙ୍କର କିଛି ଭୁଲ୍ ଥାଏ, ତାକୁ କ୍ଷମା କରିଦେବେ । ଆଉ ଭାରତୀ  ଜଣ ଭଲ ଅଭିନେତ୍ରୀ ବୋଲି କହିଛନ୍ତି ଲିପିନା ।

ରିପୋର୍ଟ: ସର୍ବେଶ୍ୱର ନାଥ 

   Related Posts