Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନିକିତା ମୃତ୍ୟୁ ମାମଲା: ଜାମିନ ଆବେଦନ ଖାରଜ ପରେ ସ୍ବାମୀ ଲିପନ ସାହୁ ଗଲେ ଚୌଦ୍ବାର ଜେଲ, ଭଉଣୀ ସୋନମ କହିଲେ ଫସାଇଦିଆଗଲା

8/01/2019 at 7:25 PM

କଟକ୮|୧: ନିକିତାଙ୍କ ସ୍ବାମୀ ଲିପନ ସାହୁଙ୍କ ଗତକାଲି ଗରଫ କରିବାପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

କଟକ ଏସଡିଜେଏମ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇଦିଆଯାଇଛି । ସେ ଏବେ ଚୌଦ୍ବାର ଜେଲରେ ।

ନିକିତାଙ୍କ ବାପା ସନାତନ ବେହେରାଙ୍କ ଅଭିଯୋଗ ଆଧାରରେ ଲିପନଙ୍କୁ ଦୁଇଦିନ ହେଲା ଅଟକ ରଖି ପୋଲିସ ପଚରାଉଚରା କରୁଥିଲା ।

ଗତକାଲି ସାଇଣ୍ଟିଫିକ ଟିମର ତଦନ୍ତ ପରେ ଲିପନଙ୍କୁ ଗିରଫ କରାଯାଇଛି । ନିକିତାଙ୍କ ମୃତ୍ୟୁ ପାଇଁ ଲିପନ ଦାୟୀ ବୋଲି କଟକ ଡିସିପି କହିଛନ୍ତି । ସ୍ବାମୀଙ୍କ ଠେଲାପେଲାରେ ନିକିତା ଛାତ ତଳକୁ ପଡିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

 ସୂଚନାଯୋଗ୍ୟ ଯେ, ଗତ ୪ ତାରିଖ ରାତିରେ ମହାନଦୀବିହାରସ୍ଥିତ  ନିକିତାଙ୍କ ବାପା ଘରେ ଉଭୟ ନିକିତା ଓ ସ୍ବାମୀ ଲିପନଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଦୁହେଁ ଘରର ଛାତ ଉପରକୁ ଯାଇ ଝଗଡା କରିଥିଲେ । ଏହି ସମୟରେ ନିକିତା ଛାତ ଉପରୁ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ନିକିତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

୫ ତାରିଖ ଦିନ ନିକିତାଙ୍କ ମୃତ୍ୟୁ ହୋଇଥିଲା । ୬ ତାରିଖରେ ନିକିତାଙ୍କ ବାପା ଜିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ । ନିକିତଙ୍କ ଶାଶୁ ଶ୍ବଶୁର ମଧ୍ୟ ନିର୍ଯ୍ୟତନା ଦେଉଥିବା ସେ ଅଭିଯୋଗ କରିଥିଲେ ।

ତେବେ ଲିପନ ଗିରଫ ହେବା ପରେ ତାଙ୍କ ଭଉଣୀ ସୋନମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଅଭିନେତ୍ରୀ ନିକିତାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିବା ସହ ଘରୋଇ ହିଂସା ଓ ଶାଶୁ ଘର ଲୋକଙ୍କ ନିର୍ଯାତନା ପାଇଁ ଏପରି ହୋଇଥିବା ପୁଲିସ କରିଥିବା ଅଭିଯୋଗକୁ ମିଛ ବୋଲି ନିକିତାଙ୍କ ନଣନ୍ଦ ସୋନମ୍‌ କହିଛନ୍ତି ।

ଭାଇ ଲିପନ୍‌ ଓ ଭାଉଜ ନିକିତା ଭଲରେ ଚଳୁଥିଲେ ଓ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା ବୋଲି ଲିପନ୍‌ଙ୍କ ଭଉଣୀ କହିଛନ୍ତି । ତାଙ୍କ ଭାଇ ଏମିତି କାମ କରି ପାରିବ ନାହିଁ ବରଂ ତାଙ୍କୁ ଫସାଇ ଦେବା ପାଇଁ ଏମିତି ଷଡଯନ୍ତ୍ର କରାଯାଉଥିବା ସୋନମ୍‌ ଅଭିଯୋଗ କରିଛନ୍ତି ।

   Related Posts