ବାର୍ସିଲୋନା ପ୍ରାଣୀ ଉଦ୍ୟାନରେ ୪ ସିଂହ କୋଭିଡ ପଜିଟିଭ, ଚିନ୍ତାରେ କର୍ତ୍ତୃପକ୍ଷ

Published By : Prameya-News7 Bureau | December 08, 2020 IST

ବାର୍ସିଲୋନା : କରୋନା ଭାଇରସ ମହାମାରୀ ଏବେ କେବଳ ମଣିଷଙ୍କଠାରେ ନୁହେଁ ଜୀବଜନ୍ତୁଙ୍କୁ ମଧ୍ୟ ସଂକ୍ରମିତ କରୁଥିବା ଜଣାପଡିଛି। ସ୍ପେନ୍‌ ବାର୍ସିଲୋନା ପ୍ରାଣୀ ଉଦ୍ୟାନରେ ୪ଟି ସିଂହ  କୋଭିଡ ପରୀକ୍ଷଣରେ ପଜିଟିଭ ମିଳିଥିବା ଭେଟନାରୀ କର୍ତ୍ତୃପକ୍ଷ କହିଛନ୍ତି। ଉଦ୍ୟାନ ଅନ୍ତେବାସୀ ଜଲା, ନିମା ଓ କ୍ୟୁମ୍ବେ ସମେତ ଏକ ପୁରୁଷ ସିଂହର କୋଭିଡ ପରୀକ୍ଷଣ ଲାଗି ନମୁନା ସଂଗ୍ରହ କରାଯାଇଥିଲା। ସମସ୍ତେ ପଜିଟିଭ ଥିବା ଜଣାପଡିଛି।

{"id":374697,"sizeSlug":"large"}

କେବଳ ପ୍ରାଣୀ ଉଦ୍ୟାନର ପଶୁ ନୁହନ୍ତି ଦୁଇ ଜଣ କର୍ମଚାରୀ ମଧ୍ୟ କୋଭିଡ ଚିହ୍ନଟ ହୋଇଛନ୍ତି। ତେବେ ସିଂହମାନେ କିପରି କରୋନା ସଂକ୍ରମିତ ହେଲେ ସେ ନେଇ ଉଦ୍ୟାନ କର୍ତ୍ତୃକ୍ଷ ଏବେ ଅନୁସନ୍ଧାନ କରୁଛନ୍ତି। ମଣିଷଙ୍କ ଠାରେ ଯେପରି ଆରଟି-ପିସିଆର ପରୀକ୍ଷଣ କରାଯାଉଛି ଜୁ କିପରମାନେ ସେହିପରି ସିଂହଙ୍କ କରୋନା ନମୁନା ସଂଗ୍ରହ କରିଛନ୍ତି।

{"id":374698,"sizeSlug":"large"}

ପ୍ରାଣୀଉଦ୍ୟାନରେ କୋଭିଡ ସଂକ୍ରମଣ ଜଣାପଡିବା ବେଳେ କର୍ତ୍ତୃପକ୍ଷ ନ୍ୟୁୟର୍କର ବ୍ରୋଙ୍କସ ଜୁ ସହ ଏବେ ସମ୍ପର୍କରେ ଅଛନ୍ତି।  ଗତ ଏପ୍ରିଲ ମାସରେ ବ୍ରୋଙ୍କସ ଜୁର ୪ଟି ବାଘ ଓ ୩ଟି ସିଂହ କୋଭିଡ ଚିହ୍ନଟ ହୋଇଥିଲେ। ସେତେବେଳେ ଉଦ୍ୟାନ କର୍ତ୍ତୃପକ୍ଷ ପରିସ୍ଥିତିକୁ କିପରି ଆୟତ୍ତ କରିଥିଲେ ସେ ନେଇ ପରାମର୍ଶ ନିମନ୍ତେ ବାର୍ସିଲୋନ ଜୁ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି।

{"id":374699,"sizeSlug":"large"}

ତେବେ ସାମାନ୍ୟ ଲକ୍ଷଣ ଥିବା ସିଂହମାନଙ୍କର ଉପଚାର କରାଯାଇଥିବା ବେଳେ ସେମାନଙ୍କ ଉପରେ ନଜର ରଖାଯାଇଥିବା ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି। ସଂକ୍ରମିତ ସିଂହଙ୍କ ମଧ୍ୟରେ ପୁରୁଷ ସିଂହଟିର ବୟସ ୪ ବର୍ଷ ହୋଇଥିବା ବେଳେ ଅନ୍ୟ ୩ଟି ମାଇ ସିଂହିଙ୍କ ବୟସ ପ୍ରତ୍ୟେକ ୧୬ ବର୍ଷ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.