ଟାଇଟଲ୍ ଜିତିବା ପରେ ଉତ୍ସବରେ ଡୁବିଲେ ଲିଓନେଲ ମେସି, ଡ୍ରେସିଂ ରୁମରେ ସାର୍ଟ ଖୋଲି କଲେ ଡାନ୍ସ, ଭିଡିଓ ଭାଇରାଲ୍

Published By : Prameya-News7 Bureau | July 11, 2021 IST

ନୂଆଦିଲ୍ଲୀ ୧୧।୦୭: ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କ ପାଇଁ କୋପା ଆମେରିକା କପ୍ ଜିତିବ ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। ମେସି ଏହା ପୂର୍ବରୁ ନିଜର ୧୬ ବର୍ଷର କ୍ୟାରିୟରରେ କୌଣସି ବି ବଡ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଜିତି ପାରିନଥିଲେ। ଶେଷରେ ମେସିଙ୍କ ବଡ ଟାଇଟଲ୍ ଜିତିବାର ସ୍ଵପ୍ନ ରବିବାର ସାକାରା ହୋଇଛି। ତାଙ୍କ ନେତୃତ୍ଵରେ ଆର୍ଜେଣ୍ଟିନା ଫାଇନାଲ୍‌ରେ ବ୍ରାଜିଲକୁ ୧-୦ରେ ହରାଇ ୨୮ ବର୍ଷ ପରେ କୋପା ଆମେରିକା ଫୁଟବଲ୍‌ ଟ୍ରଫି ଜିତିବାରେ ସଫଳ ହୋଇଛି।

ମେସିଙ୍କୁ ବ୍ରାଜିଲର ନେମାରଙ୍କ ସହିତ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳିର ପୁରସ୍କାର ମିଳିଛି। ମେସି ଛଅଟି ମ୍ୟାଚ୍‌ରେ ୪ ଗୋଲ୍ ଦେବା ସହ ପାଞ୍ଚଟି ଗୋଲ୍ ଦେବାରେ ଅନ୍ୟ ଖେଳାଳିଙ୍କୁ ସାହାଯ୍ୟ କରିଛନ୍ତି। ଆର୍ଜେଣ୍ଟିନା ପକ୍ଷରୁ ୨୦୦୫ରେ ପଦାର୍ପଣ କରିବା ପରଠୁ ଅଧିନାୟକ ମେସିଙ୍କ ଜାତୀୟ ଦଳ ସହିତ ଏହା ସର୍ବଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ ରହିଛି।

wp:html /wp:html

ମେସି ପଡିଆରେ ଅଧିନାୟକ ଭାବେ ବହୁତ ଶାନ୍ତ ସ୍ଵଭାବ ଥିଲେ। ନିଜ ଖୁସିକୁ ନେଇ ସେ ପଡିଆରେ ସେତିକି ଉତ୍ସବ ମନାଇ ପାରିନଥିଲେ, ଯେମିତି ସେ ଡ୍ରେସିଂ ରୁମରେ ମନାଇଛନ୍ତି। ଚାମ୍ପିଅନ ହେବା ପରେ ମେସି ହାତରେ ଟ୍ରଫି ଉଠାଇ ଡ୍ରେସିଂ ରୁମରେ ସାର୍ଟ ଖୋଲି ଖୋଲା ଦେହରେ ନାଚୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ସେ ଏକ ଅଲଗା ଦୁନିଆରେ ହଜି ଯାଇଥିବା ପରି ମନେ ହେଉଛି। ମେସିଙ୍କୁ ଦଳର ସାଥୀ ଖେଳାଳି ଘେରି ରହିଛନ୍ତି ଏବଂ ମଝିରେ ସେ ନାଚୁଛନ୍ତି। ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି ଏବଂ ଅନେକ ପ୍ରକାରର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।

ଏହା ପୂର୍ବରୁ ଆର୍ଜେଣ୍ଟିନା ଗତ କୋପା ଆମେରିକା ଟାଇଟଲ୍ ୧୯୯୩ରେ ଜିତିଥିଲା। ଏହା ପରେ ଦଳ ହାତ ଖାଲି ରହିଥିଲା। ତାରକା ଖେଲାଳି ଲିଓନେଲ ମେସିଙ୍କ ଅଧିନାୟକତ୍ଵରେ ଆର୍ଜେଣ୍ଟିନା ୨୦୧୫ ଓ ୨୦୧୬ରେ ୨ ଥର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଜିତିବାରେ ସଫଳ ହୋଇନଥିଲା। ମେସିଙ୍କ ଏହା କୋପା ଆମେରିକାରେ ୩୪ତମ ମ୍ୟାଚ୍ ଥିଲା। ଏହି ଟୁର୍ଣ୍ଣାମେଣ୍ଟ ମେସି ମୋଟ୍ ୧୩ ଗୋଲ୍ ଦେଇଥିବା ବେଳେ ଚଳିତ ବର୍ଷ କୋପା ଆମେରିକାରେ ୪ ଗୋଲ୍ ସ୍କୋର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.