ଆଫଗାନୀସ୍ତାନରେ ଖନନରୁ ମିଳିଳା ୨ଟି ସିଂହ ମୂର୍ତ୍ତି, ଜାଣନ୍ତୁ କେତେ ବର୍ଷ ପ୍ରାଚୀନ
19/10/2019 at 5:19 PM

କାବୁଲ : ଆଫଗାନିସ୍ତାନ କପିସା ପ୍ରାନ୍ତରେ ଥିବା ଏକ ପ୍ରାଚୀନ ଦୁର୍ଗ ଖନନରୁ ୨ଟି ସିଂହ ମୂର୍ତ୍ତି ବାହାରିଛି। ହଜାର ହଜାର ବର୍ଷ ପୁରୁଣା ଏହି ଦୁର୍ଗ ତଳେଥିବା ସିଡିରେ ମୂର୍ତ୍ତି ୨ଟି ଲାଗି ରହିଥିବା ଦେଖା ଯାଇଛି।ଗତ ୩ ମାସ ହେଲା ପୁରାତତ୍ୱବିଦ୍ ମାନେ ଏହି ଦୁର୍ଗର ଖନନ କରୁଥିଲେ। ଲଗାତାର ଖନନ ପରେ ମିଳିଥିବା ଏହି ମୂର୍ତ୍ତିରୁ ତତ୍କାଳୀନ ସମୟର ଅନୁଧ୍ୟାନ କରାଯିବ ବୋଲି ପୁରାତତ୍ୱବିଦ୍ ମାନେ କହିଛନ୍ତି।

ଦକ୍ଷିଣ-ମଧ୍ୟ ଏସିଆର ଏହି ଦେଶରେ ଅଧିକାଂସ ନାଗରିକ ଇସ୍ଲାମ ଧର୍ମାବଲମ୍ବୀ। ତେବେ ଏହି ଭୂଖଣ୍ଡର ଇତିହାସ ବେଶ୍ ପ୍ରାଚୀନ। ଆଫଗାନିସ୍ତାନ ବିରୋଧରେ ଅନେକ ସୈନ୍ୟଅଭିଯାନ ହୋଇଥିବା ବେଳେ ଅନେକ ରାଜାଙ୍କ ଦ୍ୱାରା ଶାସିତ ହୋଇଛି। ସିକନ୍ଦର, ମୌର୍ଯ୍ୟ, ମଙ୍ଗୋଲ,ଶିଖ, ବ୍ରିଟିଶ ଓ ସୋଭିଏତ ସଂଘ ମଧ୍ୟ ଆଫଗାନିସ୍ତାନ ଉପରେ ଶାସନ କରିଥିବାର ଇତିହାସ କୁହେ। ତେବେ ଆଧୁନିକ ଇତିହାସରେ ଅଷ୍ଟାଦଶ ଶତାବ୍ଦୀରୁ ହଟକ ଓ ଦୁରାନୀ ରାଜବଂଶ ଶାସନ ସହ ଅଧ୍ୟାୟନ କରାଯାଏ।

ଉନବିଂଶ ଶତାବ୍ଦୀ ଶେଷ ଭାଗ ବେଳକୁ ବ୍ରିଟିଶ ଶାସନାଧୀନ ଭାରତ ଓ ସୋଭିଏତ ସଂଘ ମଧ୍ୟରେ ଆଫଗାନିସ୍ତାନ ଯୁଦ୍ଧ୍ୟର କାରଣ ବି ହୋଇଥିଲା। ୧୯୪୭ ମସିହାରେ ପାକିସ୍ତାନ ସୃଷ୍ଟି ପରେ ବି ଉଭୟ ଇସ୍ଲାମ ଧର୍ମାବଲମ୍ବୀ ଦେଶଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଉତ୍ତମ ବୁଝାମଣା ହୋଇପାରିନାହିଁ।