Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଜାତୀୟ ରାଜପଥରେ ବୁଲୁଛନ୍ତି ସିଂହ : ଜନବସତି ମୁହାଁ ଜଙ୍ଗଲର ରାଜା, ଲୋକେ ଭୟଭୀତ

6/07/2021 at 11:21 AM

ସୁରଟ, ୦୬/୦୭:   ଜଙ୍ଗଲର ରାଜା ହେଉଛି ସିଂହ । ଯାହା ଗୋଟିଏ ଶକ୍ତିଶାଳୀ ପଶୁ । ଏହି ହିଂସ୍ର ଜଙ୍ଗଲୀ ଜନ୍ତୁ ଯଦି ସହର ମଧ୍ୟକୁ ପ୍ରବେଶ କରେ ତେବେ ଆତଙ୍କ ଖେଳିଯିବା ସ୍ୱାଭାବିକ । ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଗୋଟିଏ ନୁହେଁ ବରଂ ୫ଟି ସିଂହ ଧାଡି ହୋଇ ରାଜରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଛି ।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟରେ । ଗୁଜୁରାଟର ରାଜୁଲା-ଆମରେଲି-ପିପାବାବ ଜାତୀୟ ରାଜପଥରେ ସୋମବାର ରାତିରେ ଏକସଙ୍ଗେ ୫ଟି ସିଂହ ନଜର ଆସିଛନ୍ତି ।

କରୋନା ପାଇଁ ଜାତୀୟ ରାଜପଥରେ କମ ଲୋକ ଚଳପ୍ରଚଳ କରୁଛନ୍ତି । ଯେଉଁ କାରଣରୁ ସିଂହଗୁଡିକ ନଜର ଆସିଛନ୍ତି ।ଆହୁରି ମଧ୍ୟ ଏବେ ବର୍ଷା ଋତୁ । ଯାହା ସିଂହଙ୍କର ପ୍ରଜନନର ସମୟ ଅଟେ । ଏଥିପାଇଁ ସେମାନେ ଜଙ୍ଗଲ ଛାଡି ରାସ୍ତା ଉପରକୁ ଆସିଯାଇଥାନ୍ତି । କିନ୍ତୁ ଜାତୀୟ ରାତପଥରେ ବୁଲୁଥିବା କମ୍ ଦେଖିବାକୁ ମିଳିଥାଏ ।ପ୍ରଜନନ ବେଳେ ସିଂହଙ୍କ ବ୍ୟବହାର ବହୁତ ବିପଜ୍ଜନକ ହୋଇଥାଏ ।

ସୂଚନାଯୋଗ୍ୟ, ଆମରେଲିରେ ସିଂହଙ୍କ ସଂଖ୍ୟା ୪୦୦ରୁ ଅଧିକ । ତେଣୁ ଶିକାରର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି । ତେଣୁ ସେମାନେ ଲୋକମାନେ ରହୁଥିବା ବସ୍ତି ଆଡେ ମୁହାଁଉଛନ୍ତି । ଏଠାରେ ସେମାନେ ଗୃହପାଳିତ ପଶୁକୁ ଶିକାର କରି ଭୋକ ମେଣ୍ଟାଇଥାନ୍ତି ।

   Related Posts