Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ନନ୍ଦନକାନନ ସିଂହ ସଫାରୀରେ ଚକା ଦବିବାରୁ ଅଟକିଗଲା ବସ୍, ଘେରିଗଲେ ସିଂହ, ଯାତ୍ରୀ ଛାନିଆ

7/09/2021 at 2:57 PM

ବାରଙ୍ଗ, ୦୭//୦୯:   ନନ୍ଦନକାନନରେ ଅଘଟଣ । ସିଂହ ସଫାରୀରେ ଦବିଗଲା ବସ୍ । ଖବର ପାଇ କର୍ତ୍ତୃପକ୍ଷ ଆଉ ଏକ ବସ ଯୋଗେ ଘଟଣାସ୍ଥଳରେ ପହଁଚି, ପର୍ଯ୍ୟଟକଙ୍କୁ  ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏହାସହ ଦୂର୍ଘଟଣାଗ୍ରସ୍ତ ବସକୁ ସଫାରୀ ମଧ୍ୟରୁ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି ।

ସୂଚନା ଅନୁସାରେ, ମଙ୍ଗଳବାର  ଦିନ ୧୨ଟା  ସମୟରେ ନନ୍ଦନକାନନ ସଫାରୀ ବସ ୩୩ ପର୍ଯ୍ୟଟକଙ୍କୁ ବସାଇ ସିଂହ ସଫାରୀ ଭିତରକୁ ଯାଇଥିଲା । ବୁଲିବା ସମୟରେ ମୋରମ ରାସ୍ତାରେ ବସଟି ଦବି ଯାଇଥିଲା । ଏହି ସମୟରେ ଦୁଇଟି ସିଂହ ବସର ଅତି ନିକଟରେ ଥିଲେ । ବସ ଭିତରେ ଥିବା  ଗାଇଡଙ୍କ ଉପସ୍ଥିତି ବୁଦ୍ଧି ପ୍ରୟୋଗ ଯୋଗୁ ପର୍ଯ୍ୟଟକମାନେ ବିଚଳିତ ନହୋଇ ଚୁପଚାପ୍ ବସି ରହିଥିଲେ । ଖବର ପାଇ କର୍ତ୍ତୃପକ୍ଷ  ସିଂହ ମାନଙ୍କୁ, ଫିଡିଂ ଚାମ୍ବରକୁ ନେଇ   ଯାଇଥିଲେ । ପରେ ଆଉ ଏକ ବସକୁ ସଫାରୀ ମଧ୍ୟକୁ ପଠାଯାଇ ସମସ୍ତ ପର୍ଯାଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ସାଧାରଣତଃ ଏହି ଅଞ୍ଚଳର ରାସ୍ତା ମୋରମରେ ନିର୍ମାଣ ହୋଇଥାଏ । ସୋମବାର  ବର୍ଷା ହେଉଥିବାରୁ, ମୋରମ ଧୋଇ ହୋଇ ରାସ୍ତାଟି ଦୁର୍ବଳ ହୋଇ ପଡିଥିଲା । ଯାହା ଫଳରେ ବସଟି ସେହି ବାଟ ଦେଇ ଯିବା ବେଳେ ଦବି ଯାଇଥିଲା ।

   Related Posts