ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଖୋଲିଲା ଲିଙ୍କ୍, ହେଲେ ଦେଖାନାହାଁନ୍ତି ଛାତ୍ରଛାତ୍ରୀ

Published By : Prameya-News7 Bureau | July 05, 2021 IST

ଭଦ୍ରକ ୫/୭ : ଅଫଲାଇନରେ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟ ଗୁଡିକୁ ୱେବସାଇଟ ଲିଙ୍କ ପ୍ରଦାନ କରାଯାଇଛି । ବିଦ୍ୟାଳୟ ଗୁଡିକରେ ମଧ୍ୟ ଫର୍ମ ପୂରଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି । କିନ୍ତୁ ପ୍ରଥମ ଦିନରେ ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଫର୍ମ ପୂରଣ ପାଇଁ ଆସିନାହାନ୍ତି । ଭଦ୍ରକ ଜିଲ୍ଲାର ଭଦ୍ରକ ଜିଲ୍ଲା ସ୍କୁଲ ରେ ୧୮୧ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାସ କରିଛନ୍ତି ।

wp:gallery {"ids":[475845],"linkTo":"none"} /wp:gallery

ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାବିଭାଗ ତରଫରୁ ପୁଣି ଠାରେ ପରୀକ୍ଷା ପାଇଁ ତାରିଖ ଘୋଷଣା ପରେ ପୁଣି ଠାରେ ଫର୍ମ ପୂରଣ ଆଜି ଠାରୁ ଆରମ୍ଭ ହେଉଛି । ତେବେ ଅଧିକାଂଶ ବିଦ୍ୟାଳୟ ଗୁଡିକ ରେ ଫର୍ମ ପୂରଣ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ କେବଳ ଫର୍ମ ପୂରଣ ବିଷୟ ରେ ପଚରାଉଚୁରା କରି ଫେରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ଫର୍ମ ପୂରଣ କରି ନାହାନ୍ତି ।

wp:gallery {"ids":[475846],"linkTo":"none"} /wp:gallery

ତେବେ ଫର୍ମ ପୂରଣ ପାଇଁ କୌଣସି କାଗଜପତ୍ରର ଆବଶ୍ୟକତା ନହିଁ । ପୂର୍ବ ଥର ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ ଡାଟା ୱେବସାଇଟରେ ଉପଲବ୍ଧ ଥିବାରୁ କେବଳ ନାମ ଓ ରୋଲ ନମ୍ବର ଏଣ୍ଟ୍ରି ପରେ ଫର୍ମ ପୂରଣ ହେବ ବୋଲି ବିଦ୍ୟାଳୟର ଶିକ୍ଷକ ନିଜ ପ୍ରତିକ୍ରିୟା ରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.