Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ସରକାର ଆଣୁଛନ୍ତି ନୂଆ ନିୟମ: ସମ୍ପତ୍ତି ସହ ଲିଙ୍କ୍ ହେବ ଆଧାର, ମିଳିବ ବହୁତ ଫାଇଦା

16/11/2019 at 3:04 PM

ନୂଆଦିଲ୍ଲୀ୧୬/୧୧: କେନ୍ଦ୍ର ସରକାର ଏକ ନୂଆ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସମ୍ପତ୍ତି କିଣାବିକାରେ ଚାଲିଥିବ ଜାଲିଆତି ଓ ବେନାମି ସମ୍ପତ୍ତି ତାଲିକାର ହିସାବ ଜାଣିବା ପାଇଁ ସରକାର ସମ୍ପତ୍ତି ସହ ଆଧାର ଲିଙ୍କ୍‌ କରିବା ନେଇ ପ୍ରସ୍ତୁତି ଚଳାଇଛନ୍ତି। ଯଦି ଏପରି ହୁଏ ତେବେ କଳାଧନ ଓ ମନିଲଣ୍ଡ୍ରିଂ  ବିରୋଧରେ ଏକ ଦୃଢ଼ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ସମ୍ପତ୍ତିରେ ଆଧାର ଲିଙ୍କ୍‌ ହେଲେ ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ବହୁତ ମାତ୍ରାରେ ପ୍ରଭାବ ପଡ଼ିବା ସହ ଜମି ଜାଲିଆତି ଉପରେ ରୋକ୍‌ ମଧ୍ୟ ଲାଗିବ।

ସେହିପରି ବେନାମି ସମ୍ପତ୍ତି କିଣା ବିକାକ୍ରି କରୁଥିବା ଜମି ମାଫିଆ ଅସୁବିଧାରେ ପଡ଼ିବେ। ଯାହାଫଳରେ ସମ୍ପତ୍ତିର ମୂଲ୍ୟ ଶସ୍ତା ହେବା ସହ ସମ୍ପତ୍ତି ମାଲିକଙ୍କ ମନରେ ଥିବା ବିଭିନ୍ନ ପ୍ରକାର ଭୟ ମଧ୍ୟ ଦୂର ହେବ। ଏଥିଲାଗି ସରକାର ଏହି ମଡେଲ ଆଇନ ତିଆରି କରିବାକୁ ଯାଉଛନ୍ତି।

ଏନଆରଇଡିସିଓ ମହାରାଷ୍ଟ୍ରର ଅଧ୍ୟକ୍ଷ ରାଜନ ବଣ୍ଡେଲକର କହିଛନ୍ତି ଯେ ସମ୍ପତ୍ତି ସହ ଆଧାର ଲିଙ୍କ୍‌ ହେବା ଦ୍ବାରା ନେଣଦେଣରେ ସୁବିଧା ହେବ। ବିଶେଷକରି ସମ୍ପତ୍ତି ବିବାଦ ଲାଗି ରହିବ ନାହିଁ। ସମ୍ପତ୍ତି କିଣନ୍ତୁ କିମ୍ବା ବିକ୍ରି କରନ୍ତୁ ଆଧାର ଲିଙ୍କ୍ ବହୁତ ଫାଇଦା ଦେବ ବୋଲି ରାଜନ କହିଛନ୍ତି।

   Related Posts