Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

କେରଳର ନର୍ସ ଲିନି ସଜିଶଙ୍କୁ ମିଳିଲା ମରଣୋପରାନ୍ତ ‘ଫ୍ଲୋରେନ୍ସ ନାଇଟଙ୍ଗେଲ’ ପୁରସ୍କାର

5/12/2019 at 7:41 PM

ନୂଆଦିଲ୍ଲୀ ୫।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଚିକିତ୍ସା କ୍ଷେତ୍ରରେ ନର୍ସିଂ ସେବା ଲାଗି ଜାତୀୟ ‘ଫ୍ଲୋରେନ୍ସ ନାଇଟଙ୍ଗେଲ’ ପୁରସ୍କାର ପ୍ରଦାନ କରିଛନ୍ତି। ଚଳିତବର୍ଷ ୩୬ଜଣ ନର୍ସ ଓ ମିଡୱାଇଭସଙ୍କୁ ଏହି ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କେରଳର ଜଣେ ନର୍ସ ଲିନି ସଜିଶଙ୍କୁ  ମରଣୋପରାନ୍ତ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟରେ ‘ନିପାହ’ ଭୂତାଣୁ ବ୍ୟାପୀଥିବା ବେଳେ ଲିନି ନିଜ ଜୀବନକୁ ଖାତିର ନକରି ଆକ୍ରାନ୍ତଙ୍କ ସେବାଶୁଶ୍ରୂଷା କରିଥିଲେ। ଫଳରେ ସେ ନିଜେ ଭୂତାଣୁ ସଂକ୍ରମିତ ହୋଇ ଶେଷରେ ପ୍ରାଣ ହରାଇଥିଲେ।

ଭାରତ ସରକାରଙ୍କ ପକ୍ଷରୁ ନର୍ସିଂର ଏହି ଜାତୀୟ ପୁରସ୍କାର ଉତ୍ସବ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନର୍ସମାନେ ଯୋଗଦେଇଥିଲେ। ଲିନି କୋଝିକୋଡର ସରକାରୀ ହସ୍ପିଟାଲରେ ନର୍ସ ଥିଲେ। ଏଣୁ ତାଙ୍କ ଆବର୍ତ୍ତମାନରେ ତାଙ୍କ ସ୍ୱାମୀ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।

ପୁରସ୍କାର ପ୍ରଦାନ ଉତ୍ସବକୁ ସମ୍ବୋଧିତ କରି ରାଷ୍ଟ୍ରପତି ନର୍ସମାନଙ୍କୁ ସେବା,ସୁରକ୍ଷା ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ ବୋଲି କହିଥିଲେ। ପୋଲିଓ, ମ୍ୟାଲେରିଆ ଓ ଏଚଆଇଭି ଏଡସ ଭଳି ଦୂରାରୋଗ୍ୟ ବ୍ୟାଧି ନିରାକରଣରେ ଦେଶର ନର୍ସମାନଙ୍କ  ଯୋଗଦାନକୁ ଉଲ୍ଲେଖନୀୟ କହିଥିଲେ ରାଷ୍ଟ୍ରପତି। ଏହି ଅବସରରେ ନର୍ସିଂ ଟ୍ରେନି ଲାଗି ଦେଶରେ ଉଚ୍ଚଗୁଣମାନର ପ୍ରଶିକ୍ଷଣ ସଂସ୍ଥାନ ସ୍ଥାପନା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି।

   Related Posts