ପୁରୀ ମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିରର ବିକାଶ

Published By : Prameya-News7 Bureau | September 11, 2019 IST

ଭୁବନେଶ୍ୱର ୧୧।୯- ପୁରୀ ମନ୍ଦିର ଢାଞ୍ଚାରେ ହେବା ଲିଙ୍ଗରାଜ ମନ୍ଦିରର ବିକାଶ । ଏଭଳି ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏଭଳି ଯୋଜନାକୁ ସେବାୟତ ଓ ଶ୍ରଦ୍ଧାଳୁମାନେ ସ୍ୱାଗତ କରିଛନ୍ତି ।

{"id":156390}


ଶ୍ରୀକ୍ଷେତ୍ର ମଡେଲରେ ହେବ ଏକାମ୍ର କ୍ଷେତ୍ରର ବିକାଶ । ଝଲସିବ ରାଜ୍ୟର ପ୍ରମୁଖ ଶୈବପୀଠ ଲିଙ୍ଗରାଜ ମନ୍ଦିରର ଚାରିପାଖ । ଶ୍ରୀଜଗନ୍ନାଥ ମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିରରେ ହେବ ପ୍ରଶାସନିକ ବ୍ୟବସ୍ଥା । ସରକାରଙ୍କ ଏଭଳି ଯୋଜନାକୁ ସେବାୟତ ଓ ଶ୍ରଦ୍ଧାଳୁ ମହଲରେ ସ୍ୱାଗତ କରାଯାଇଛି । ମନ୍ଦିର ପରଚାଳନାକୁ ସୁଦୃଢ କରିବା ଓ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବା ସେବାୟତମାନେ କହିଛନ୍ତି ।

{"id":156392}

ତେବେ ଏଭଳି ଯୋଜନାକୁ ପ୍ରୟୋଗ କରିବା ପୂର୍ବରୁ ସରକାର ଭୁବନେଶ୍ୱରର ବୁଦ୍ଧିଜୀବୀ, ମନ୍ଦିରର ସମସ୍ତ ସେବାୟତ, ମଠ ମନ୍ଦିରର ମହନ୍ତ, ସ୍ଥାନୀୟ ବ୍ୟବସାୟୀ ସଂଘ ଆଦି ସହ ପ୍ରଥମେ ବିସ୍ତୃତ ଭାବେ ଆଲୋଚନା କରିବାକୁ ଦାବି କରାଯାଇଛି ।

{"id":156393}


ପୁରୀ ଓ କୋଣାର୍କ ଭଳି ଲିଂଗରାଜଙ୍କ ଦର୍ଶନ ଲାଗି ବି ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି । ତେବେ ଏଠାକାର ସଂକୀର୍ଣ୍ଣତା ସବୁବେଳେ ଏକ ସମସ୍ୟା ଭାବେ ଉଭା ହୋଇଛି । ବିଶେଷ କରି ମନ୍ଦିର ଭିତର ଓ ଚାରିପାଖ ଆଜି ବି ବିକାଶର ଅପେକ୍ଷାରେ । ଏଠାରେ ପୁରୀ ଢାଞ୍ଚାରେ କାର୍ଯ୍ୟ ନେଇ ୨୦୧୪ରୁ ପ୍ରସ୍ତାବ ଥିଲେ ବି ତାହା ଏ ଯାଏଁ କାର୍ଯ୍ୟକାରୀ ହୋଇ ନାହିଁ । ପୁଣି ଥରେ ସରକାର ଏ ନେଇ ଅଣ୍ଟା ଭିଡ଼ିଛନ୍ତି ।

{"id":156394}

ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ମଙ୍ଗଳବାର ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଯଦି ଏ ପ୍ରସ୍ତାବ କାର୍ଯ୍ୟକାରୀ ହେଲା ମନ୍ଦିର ଚାରିପଟେ ଥିବା ଦୋକାନ, ଘର ସହ ଶିବତୀର୍ଥ ଓ ଭାରତୀ ଭଳି ମଠକୁ କ୍ଷତି ସହିବାକୁ ହୋଇପାରେ । କିନ୍ତୁ ମନ୍ଦିରର ସୁରକ୍ଷା ଓ ସୁରକ୍ଷା ଦୃଷ୍ଟିରୁ ଏହାର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି ।

{"id":156395}
wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.