ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀ ଲିଙ୍ଗରାଜ ମନ୍ଦିର, ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

Published By : Prameya-News7 Bureau | December 27, 2020 IST

ଭୁବନେଶ୍ବର ୨୭।୧୨: ଦୀର୍ଘ ୯ ମାସର କଟକଣା ପରେ ଖୋଲିଲା ଶ୍ରୀ ଲିଙ୍ଗରାଜ ମନ୍ଦିର । ଆଜିଠୁ ବାବା ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି ଭକ୍ତ । ପ୍ରଥମେ ସେବାୟତଙ୍କ ପରିବାର ଲୋକଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଛି । ୩୧ ତାରିଖ ଯାଏଁ ସେବାୟତଙ୍କ ପରିବାର ଦର୍ଶନ କରି ପାରିବେ । ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତ ସରିଛି । ସେବାୟତ ଏବଂ ପୋଲିସଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ମନ୍ଦିର ନିକଟରେ କୋଭିଡ ଟେଷ୍ଟିଂ ସେଣ୍ଟର ଖୋଲିଛି । ମନ୍ଦିରକୁ ସାନିଟାଇଜ୍ ବି କରାଯାଇଛି ।

{"id":383219,"sizeSlug":"large","linkDestination":"none"}

ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି । ୩ ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ବର ଲୋକଙ୍କୁ ଦର୍ଶନ ଅନୁମତି ଦିଆଯାଇଛି । ୬ ତାରିଖଠାରୁ ସାଧାରଣ ଲୋକ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ମନ୍ଦିର ପରିସରରେ ସର୍ବାଧିକ ୫ଶହ ଲୋକ ରହିପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.