ନୂଆଖାଇରେ ବି ଉପବାସରେ ମହାପ୍ରଭୁ ଲିଙ୍ଗରାଜ

Published By : Prameya-News7 Bureau | September 03, 2019 IST

ଭୁବନେଶ୍ବର୩|୮: ଉପବାସରେ ମହାପ୍ରଭୁ ଲିଙ୍ଗରାଜ । ମହାପ୍ରଭୁଙ୍କ ଜମିରୁ ଜବରଦଖଲ କାରୀଙ୍କୁ  ଉଛେଦ ଦାବି​‌ରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଅଡି ବସିଥିବାରୁ ଏପରି ଅବସ୍ଥା । ଜମି ଜବର ଦଖଲ  ପାଇଁ  ଉଭୟ ନିଯୋଗ ସିଧାସଳଖ  ପ୍ରଶାସନକୁ ଦାୟୀ କରିଛନ୍ତି । ବଡ଼ୁ ନିଯୋଗ ମଧ୍ୟ ପ୍ରତିକ୍ରିୟାଶୀଳ । ସମସ୍ୟାର ସମାଧାନ ପାଇଁ ସବୁ ଉଦ୍ୟମ ଜାରି ରଖିଛି ଲିଙ୍ଗରାଜ ମନ୍ଦିରପରିଚାଳନା କମିଟ ……

{"id":152659}

 ନୂଆଖାଇରେ ମହାପ୍ରଭୁ ଲିଙ୍ଗରାଜ ଉପାସ । ପଶ୍ଚିମ ଓଡିଶାର ଦେବାଦେବୀଙ୍କ ପୀଠରେ ନବାନ୍ନ ଲାଗି ହୋଇଛି, ଅଥଚ ଏପଟେ ଏକାମ୍ର କ୍ଷେତ୍ର ଅଧିପତିଙ୍କ ନୀତି ବିଭ୍ରାଟ ।  ନିଯୋଗ ବିବାଦରୁ ବଳି ପଡିଲା ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ । ଲିଙ୍ଗରାଜ ଜୀଉଙ୍କ ଜମିରୁ ଜବରଦଖଲ  ଉଚ୍ଛେଦ ଏବଂ ବେଆଇନ ନିର୍ମାଣକୁ ପ୍ରତିରୋଧ ଦାବିରେ ଅଡି ବସିଛନ୍ତି  ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ।  ସକାଳ ୭ଟାରୁ ବନ୍ଦ ରହିଛି ମହାପ୍ରଭୁଙ୍କ ନୀତି ।  ବିଭ୍ରାଟର ମୂଳ କଥା ହେଲା , ନୂଆ , ମଉଜାର ଗଙ୍ଗୁଆ ନାଳ ପାଖ ମହାପ୍ରଭୁଙ୍କ ଜମି । ଏହି ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଦାବି କରୁଛନ୍ତି । ଏପରିକି ମହାପ୍ରଭୁଙ୍କ ଜମିର ଜବର ଦଖଲ ନେଇ ପ୍ରାଶାସନକୁ ନିଯୋଗ ଦାୟୀ କରିଛନ୍ତି । 

{"id":152655}

ମହାପ୍ରଭୁଙ୍କ  ଜମି ଜବର ଦଖଲ ନେଇ ବଡୁ ନିଯୋଗ ଆଡକୁ ଅଙ୍ଗୁଳି ଉଠିଥିବା ବେଳେ, ତାହାର ତୀବ୍ର ବିରୋଧ କରିଛି ବଡୁ ନିଯୋଗ । ସଂପୃକ୍ତ ସ୍ଥାନଟିକୁ ରାଜା ୫୦୦ବର୍ଷ ପୂର୍ବେ  ସେମାନଙ୍କ ବଂଶଧରଙ୍କୁ ଦେଇଥିବା ବଡୁ ନିଯୋଗ ଯୁକ୍ତି ରଖିଛି  । ତେଣୁ ବଡ଼ୁ ନିଯୋଗ ମନ୍ଦିରର ସେବା କରୁଥିବା ପର୍ଯ୍ୟନ୍ତ ଏହି ଜମିକୁ ବ୍ୟବହାର କରିପାରିବ । ତାସହ କୋର୍ଟରେ ଏହି ମାମଲାର ନିଷ୍ପତ୍ତି ବଡୁ ନିଯୋଗ ସପକ୍ଷରେ ଆସିଥିବା ବେଳେ, ସେଠାରେ ନିର୍ମାଣ କାର୍ଯ୍ୟ ଚାଲିଛି । ୧୩୦ ଟି ପରିବାର  ସେହି ଜମିରେ ଦୋକାନ ଘର କରି ତାହା ଉପରେ ନିର୍ଭର କରୁଥିବା କହିଛନ୍ତି ବଡ଼ୁ ନିଯୋଗ ସଂପାଦକ ।

{"id":152656}

ଜମି ଦଖଲ ପ୍ରସଙ୍ଗ ନେଇ ବିବାଦ ବେଳେ ଭିନ୍ନ ମତ ରଖିଛନ୍ତି ଲିଙ୍ଗରାଜ ମନ୍ଦିରପରିଚାଳନା କମିଟର କାର୍ଯ୍ୟନିର୍ବାହୀ ଅଧିକାରୀ । ବଡ଼ୁ ନିଯୋଗ ମନ୍ଦିର ଟ୍ରଷ୍ଟର ସଦସ୍ୟ ହୋଇଥିବା ବେଳେ ସେମାନେ ଏବେ କରୁଥିବା ନିର୍ମାଣ ଲାଗି ଦେବେତ୍ତର ବିଭାଗ , ବିଏମସି  କିମ୍ବା ବିଡ଼ିଏ ଠାରୁ  ଅନୁମତି ନେଇନାହାନ୍ତି । ଅନ୍ୟପକ୍ଷରେ ସେହି ସ୍ଥାନରେ ୧୪୪ ଧାରା ଜାରିରହିଛି। ତେଣୁ ବିବାଦର ସମାଧାନ ବାହାରିବାର ଉଦ୍ୟମ ବେଳେ  ମହାପ୍ରଭୁଙ୍କ ନୀତିନୀର୍ଘଣ୍ଟ ତୁରନ୍ତଆରମ୍ଭ କରିବାକୁ ସେ ନିଯୋଗଙ୍କୁ  ଅନୁରୋଧ କରିଛନ୍ତି।

{"id":152657}

ପରସ୍ପର ବିରୋଧ କିମ୍ବା ଅନ୍ୟ କିଛି ବିବାଦରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟରେ ବାଧା ଦିଆଯିବା ଓ ଶ୍ରଦ୍ଧାଳୁଙ୍କ ଭାବନାରେ ଆଘାତ ଦିଆଯିବା ଠିକ୍ ନୁହେଁ । ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ନୀତି  ଓ ମନ୍ଦିର ପରିଚାଳନା ସହ ସଂପୃକ୍ତ ସମସ୍ତ ପକ୍ଷ ତୁରନ୍ତ ସ୍ଥିତି ସ୍ବାଭାବିକ କରିବାକୁ ପଦକ୍ଷେପ ନେବା ଜରୁରି । 

{"id":152658}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.