ଜାରି ରହିବ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ

Published By : Prameya-News7 Bureau | December 11, 2019 IST

ଭୁବନେଶ୍ବର ୧୧।୧୨: ଜାରି ରହିବ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ । ବିଏମସି ଓ ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁମାନଙ୍କର ଦୋକାନ ଉଚ୍ଛେଦ ହେବ ସେମାନଙ୍କୁ ବର୍ଷକ ପାଇଁ ସରକାରଙ୍କ ପକ୍ଷରୁ ଭରଣ ପୋଷଣ ଦିଆଯିବ । ସେହିଭଳି ଉଚ୍ଛେଦ ହେଉଥିବା ସ୍ଥାନରେ ବିଏମସି କ’ଣ କାର୍ଯ୍ୟ କରିବ ତାର ରୂପରେଖ ୨ ଦିନ ଭିତରେ ଲୋକଙ୍କୁ ଜଣାଇବ ।

ଲିଙ୍ଗରାଜ ମନ୍ଦିର ଚାରିପାଖ ଉଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ ପାଇବାରୁ ଗତକାଲି ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ମନ୍ଦିର ନିକଟସ୍ଥ ୩ ଦିଗରୁ ୬୬ଟି ଛୋଟ ଓ ମଧ୍ୟମ ଧରଣର ଦୋକାନକୁ ଭଙ୍ଗାଯାଇ ସାରିଲାଣି । ସେହିପରି ବ୍ୟବସାୟୀଙ୍କୁ ଥଇଥାନ ପାଇଁ ୪ଟି ଜାଗା ଚିହ୍ନଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.