Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଆଜି ବି ଉପବାସରେ ମହାପ୍ରଭୁ ଲିଙ୍ଗରାଜ, ଦ୍ବିତୀୟ ଦିନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ

4/09/2019 at 9:45 AM

ଭୁବନେଶ୍ବର ୪: ଆଜିବି ଉପବାସରେ ମହାପ୍ରଭୁ ଲିଙ୍ଗରାଜ । କ୍ରମାଗତ ଦ୍ବିତୀୟ ଦିନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ସକାଳ ୭ଟାରୁ ଏଯାଏଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ ।

ମହାପ୍ରଭୁଙ୍କ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଦାବିରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଅଡ଼ି ବସିଛନ୍ତି । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗରୁ ମନ୍ଦିରରେ ନୀତିକାନ୍ତି ହୋଇପାରିନି । ନିଜର ସ୍ବାର୍ଥ ପାଇଁ ମହାପ୍ରଭୂଙ୍କ ନୀତିକୁ ବଳି ପକାଇଦେଇଛନ୍ତି ଲିଙ୍ଗରାଜଙ୍କ ସେବାୟତ । ବଡୁ ନିଯୋଗ ଜମି ଜବରଦଖଲ କରିଥିବା ଅଭିଯୋଗରେ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ।

ନୂଆଗାଁ ମୌଜା ଗଙ୍ଗୁଆ ନାଳ ପାଖରେ ଥିବା ଜମିରୁ ଜବରଦଖଲ ଉଚ୍ଛେଦ ଦାବି ହୋଇଛି । ଲିଙ୍ଗରାଜ ଏତେ ସମୟ ଧରି ଓପାସ ରହିବାକୁ ନେଇ ଭକ୍ତ ଚିନ୍ତାରେ । ସେପଟେ ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟିର କହିବା କଥା, ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ହେଲେ ଗତକାଲି ବସିଥିବା ବୈଠକରେ କୌଣସି ନିଷ୍କର୍ଷ ବାହାରିପାରିନାହିଁ।

   Related Posts