Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଦୁଇଦିନ ଉପାସ ରହିବାପରେ ଆରମ୍ଭ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କର ନୀତି କାନ୍ତି

4/09/2019 at 6:47 PM

ଭୁବନେଶ୍ୱର ୪।୯-  ପାଖାପାଖି ୨ଦିନ ଉପାସରେ ରହିବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ଜମି ବିବାଦକୁ ନେଇ ସେବାୟକ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଶେଷରେ ଦେବୋତ୍ତର କମିଶନଙ୍କ ହସ୍ତକ୍ଷେପ ପରେ ଠାକୁରଙ୍କ ନୀତି କରିବାକୁ ସେବାୟତ ରାଜି ହୋଇଛନ୍ତି ।

। ୩୬ଘଣ୍ଟା କାଳ ଏକାମ୍ର କ୍ଷେତ୍ରର ସ୍ବୟଂ ଅଧିଶ୍ବର ମହାପ୍ରଭୁ ଲିଙ୍ଗରାଜଙ୍କୁ ଖାଡ଼ା ଉପାସ ରଖିଦେଲେ । ଏମିତିକି ମଙ୍ଗଳବାର ନୂଆଁଖାଇରେ ମଧ୍ୟ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଲାନି । ବୁଧବାର ସୋମନାଥ ବ୍ରତରେ ବି ସାରା ଦିନ ଅଖିଆ ଅପିଆ ହୋଇ ବସି ରହିବାକୁ ପଡ଼ିଲା । ଅପରାହ୍ଣ ୪ଟା ବେଳକୁ ଜିଦ୍‌ରେ ଅଟଳ ସେବାୟତ ଗୋଷ୍ଠୀଙ୍କ ମନ ମାନିଲା ଆଉ ଆରମ୍ଭ ହେଲା ଠାକୁରଙ୍କ ନୀତିକାନ୍ତି । ଘଟଣା ଯାହା ବି ହେଉନା କାହିଁକି ।  ଏଠି ଏୟା ବୁଝିବାକୁ ହେବ ଯେ,  ସେବାୟତ ଦୟା କଲେ ଠାକୁର ଖାଇବେ ନହେଲେ ଘଣ୍ଟା ଘଣ୍ଟା ଧରି ଠାକୁରଙ୍କୁ ଉପାସରେ ରହିବାକୁ ପଡ଼ିବ ।

ଜମି କାହାର ? ଲଢ଼ୁଛି କିଏ ? ଆଉ ଯାହାଙ୍କର  ଜମି ତାଙ୍କୁ ଦିନ ଦିନ ଉପାସରରେ ରଖି ଚାଲିଛି ବାଜି ମାରିବା ଉଦ୍ୟମ । ଭୁବନେଶ୍ବର ନୂଆ ଗାଁ ମୌଜାରେ ଥିବା ଲିଙ୍ଗରାଜଙ୍କ ଜମିରେ ବଡ଼ୁ ନିଯୋଗ ବେଆଇନ୍ ନିର୍ମାଣ କରୁଥିବା ଅଭିଯୋଗ କରି ନୀତି ବନ୍ଦ କରିଦେଲେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ୩୬ଘଣ୍ଟା ଧରି ଚାଲିଲା ଛକାପଞ୍ଝା । ସମାଧାନ ପାଇଁ ପ୍ରଶାସନର କସରତ ମଧ୍ୟ ଫେଲ୍ ମାରିଲା । ଶେଷରେ ଦେବୋତ୍ତର କମିଶନଙ୍କ କାର୍ଯ୍ୟାଳୟରେ ଉଭୟ ପକ୍ଷ ବସି ଲମ୍ବା ସମୟ ଆଲୋଚନା କରିବା ପରେ ବଡ଼ୁ ନିଯୋଗ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ରାଜି ହୋଇଥିଲା । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଜିଦ୍‌ରୁ ଓହରିଥିଲେ ।

ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ଉପରେ ପ୍ରଶାସନର ନିୟନ୍ତ୍ରଣ ନାହିଁ । ଯିଏ ଯେତେବେଳେ ପାରିଲେ ଠାକୁରଙ୍କ ନୀତି ବନ୍ଦ କରି ନିଜ ସ୍ବାର୍ଥ ପୂରଣ ପାଇଁ ଦାବି କଲେ । ପୂର୍ବରୁ ମଧ୍ୟ ହାଣ୍ଡିଭଙ୍ଗା ଯାତ, ଚନ୍ଦନ ଯାତ୍ରା, ଶୀତଳଷଷ୍ଠୀରେ ଠାକୁରଙ୍କ ନୀତିରେ ବିଭ୍ରାଟ ହୋଇଛି । ନିଜ ସ୍ବାର୍ଥ ହାସଲ ପାଇଁ ଠାକୁରଙ୍କୁ ଉପାସ ରଖିବା ଯେମିତି ଏମାନଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି ।

   Related Posts