ପୁରୀରେ କାହା ଛତ୍ରଛାୟା ତଳେ ୪ ବର୍ଷ ହେଲା ଡେପୁଟେସନରେ ରହିଛନ୍ତି ଲିଙ୍ଗରାଜ ମିଶ୍ର

Published By : Prameya-News7 Bureau | October 07, 2018 IST

ପୁରୀ;୭/୧୦- ବାବୁ ପଦୋନ୍ନତି ପାଇ ଡେପୁଟି କମାଣ୍ଡଣ୍ଟ ହେଲେ । ପୁରୀରୁ କୋରାପୁଟ ଗଲେ, ଜଏନ ବି କଲେ । ହେଲେ ୨୪ ଘଣ୍ଟା ରହିଲେନି। ଯେଉଁଦିନ ଜଏନ କଲେ, ସେଇଦିନ ଡେପୁଟେସନରେ ଫେରିଆସିଲେ ପୁରୁଣା ସ୍ଥାନକୁ । ଏହା ମଧ୍ୟରେ ୪ ବର୍ଷ ବିତିଲାଣି କିନ୍ତୁ ବାବୁଙ୍କର ଦେଖାନାହିଁ । ଆମେ କହୁଛୁ ଡେପୁଟି କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ରଙ୍କ କଥା । କୋରାପୁଟରେ ଥିବା ଓଡ଼ିଶାର ପ୍ରଥମ ଆଇଆରବି ବାଟାଲିୟନର ବେସ୍ କ୍ୟାମ୍ପକୁ ୨୦୧୪ରେ ବଦଳି ହୋଇଥିଲେ ଲିଙ୍ଗରାଜ । ସେଠାରେ ସେ ନକ୍ସଲ ଦମନ ଅଭିଯାନରେ ନିୟୋଜିତ ଯବାନଙ୍କୁ ଲିଡ୍ କରିବା କଥା । କିନ୍ତୁ ସେଠି ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡିଥିବା ବେଳେ ବାବୁ ପୁରୀରେ ଚକ୍କର କାଟୁଛନ୍ତି କାହା ଛତ୍ରଛାୟା ତଳେ ୪ ବର୍ଷ ହେଲା ଡେପୁଟେସନରେ ରହିଛନ୍ତି ଲିଙ୍ଗରାଜ ମିଶ୍ର ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।ବରିଷ୍ଠ ପୋଲିସ ଅଧିକାରୀ ଲିଙ୍ଗରାଜ ମିଶ୍ର । ୨୨-୬-୨୦୧୪ରେ ପୁରୀରୁ ରିଲିଭ ହୋଇ ୨୩-୦୬-୨୦୧୪ରେ କୋରାପୁଟ ଉପର କୋଲାବ ସ୍ଥିତ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ଡେପୁଟି କମାଣ୍ଡାଣ୍ଟ୍ ଭାବେ ଯୋଗ ଦେଇଥିଲେ ।… ହେଲେ ଅଫିସରେ ଯୋଗ ଦେବାର ୨୪ ଘଣ୍ଟା ନଯାଉଣୁ ସେଇ ୨୩-୦୬-୨୦୧୪ରେ ବାବୁ ପୁରୀକୁ ଫେରିଗଲେ ଡେପୁଟେସନରେ । ଏବେ ପ୍ରଶ୍ନ ଉଠୁଛି ପୁରୀରେ କଣ ଏମିତି କାମ ପଡ଼ିଲା ଯେ, ମିଶ୍ର ବାବୁଙ୍କୁ ପୁରୀକୁ ଫେରାଇ ନିଆଗଲା, ଯେତେବେଳେ କୋରାପୁଟରେ ତାଙ୍କର ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । ନକ୍ସଲ ଅପରେସନରେ ଆଇଆର୍ବି ବାଟାଲିୟନର ଥାଏ ପ୍ରମୁଖ ଭୂମିକା । ଆଉ ଡେପୁଟି କମାଣ୍ଡାଣ୍ଟଙ୍କର ଭୂମିକା ସବୁଠୁ ଅଧିକ । ଏହି ବରିଷ୍ଠ ଅଧିକାରୀ ଯବାନମାନଙ୍କର ନେତୃତ୍ବ ନେଇଥାନ୍ତି। ହେଲେ ଏବେ ଏଠି ପଦବୀ ଖାଲି, ଆଉ ଲିଙ୍ଗରାଜ ମିଶ୍ର ନେତୃତ୍ବ ନେଉଛନ୍ତି ପୁରୀରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.