ଟ୍ରାନ୍ସଫରମର ମରାମତି ବେଳେ ଲାଗିଲା କରେଣ୍ଟ: ଲାଇନ୍ ମ୍ୟାନ୍ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | May 27, 2021 IST

ବାଲିପାଟଣା ୨୭/୫: ଟ୍ରାନ୍ସଫରମର ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଛନ୍ତି ଲାଇନ୍ ମ୍ୟାନ୍ । ଇଲେକ୍ଟ୍ରିକ୍ ପୋଲ୍ରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଓହଳି ରହିଥିଲେ । ସ୍ଥାନୀୟ ଗ୍ରାମବାସୀ ଉକ୍ତ ଲାଇନ୍ ମ୍ୟାନ୍ ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି । ଆହତ ଲାଇନ୍ ମ୍ୟାନ୍ ହେଉଛନ୍ତି ବନମାଳିପୁର ଗଡଚାରିପଡ଼ ଷ୍ଟ୍ରକ୍ଚରର ଲାଇନ ମ୍ୟାନ୍ ସ୍ଵପ୍ନଜିତ୍‌ ଷଡଙ୍ଗୀ ।

wp:gallery {"ids":[457766],"linkTo":"none"} /wp:gallery

ସୂଚନା ଥାଉକି, ଲାଇନ ମ୍ୟାନ୍ ସ୍ବପ୍ନଜିତ୍‌ ବନମାଳିପୁର ପ୍ରଧାନପାଟଣା ଗ୍ରାମ ର ଟ୍ରାନ୍ସଫରମର୍ ର କୌଣସି କାର୍ଯ୍ୟ ପାଇଁ ଇଲେକ୍ଟ୍ରିକ୍ ପୋଲ୍‌ ଉପରେ ଚଢିଥିଲେ । ଏହି ସମୟରେ ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା । ବିଦ୍ୟୁତ୍‌ ଆଘାତରେ ଲାଇନ ମ୍ୟାନ୍ ଜଣକ ପ୍ରାୟ ୨୦ ଫୁଟ ଉଚ୍ଚରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଓହଳି ରହିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ରେ ଭର୍ତ୍ତି କରାଯାଇଛି । ବିଦ୍ୟୁତ୍‌ ଆଘାତରେ ସ୍ବପ୍ନଜିତ୍ ଙ୍କ ଗୋଡରେ ଗଭିର ଆଘାତ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.