Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଚର୍ଚ୍ଚାରେ ମଡେଲ ଲିଣ୍ଡା ଏଭାଙ୍ଗେଲିଷ୍ଟା, ପୂର୍ବତନ ସ୍ବାମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳାଙ୍କୁ କଲେ ପ୍ରଶଂସା, ଦେଲେ ସାହସ

17/10/2020 at 3:49 PM

ନୂଆଦିଲ୍ଲୀ ୧୭/୧୦: ସୁପରମଡେଲ ଲିଣ୍ଡା ଏଭାଙ୍ଗେଲିଷ୍ଟାଙ୍କ ପୂର୍ବତନ ସ୍ବାମୀଙ୍କ ଉପରେ ଦୁଷ୍କର୍ମ ତଥା ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳାଙ୍କ ସାହସ ଓ ସାମର୍ଥ୍ୟକୁ ସେ ପ୍ରଶଂସା କରିଛନ୍ତି। ଏହା ସହ ଅଭିଯୋଗ କରିଥିବା ମହିଳାଙ୍କୁ ସମର୍ଥନ କରୁଥିବାରୁ ଲିଣ୍ଡାଙ୍କର ମଧ୍ୟ ବେଶ୍ ଚର୍ଚା ହେଉଛି। ପୂର୍ବତନ ସ୍ବାମୀ ଗେରଲାର୍ଡ ମାରିଙ୍କ ସହ ରିଲେସନସିପରେ ଥିବା ବେଳେ ଲିଣ୍ଡା ଏ ସବୁ ବିଷୟରେ କିଛି ଜାଣି ନ ଥିଲେ। ସେଥିପାଇଁ ଏହି ମହିଳାମାନଙ୍କୁ ସାହାଯ୍ୟ କରିବାରେ ସେ ଅସଫଳ ଥିଲେ। ଲିଣ୍ଡା ୧୯୮୭ରୁ ୧୯୯୩ ମଧ୍ୟରେ ମାରିଙ୍କୁ ବିବାହ କରିଥିଲେ।

ତେବେ ଏବେ ସେମାନଙ୍କ କଥା ଜାଣିବା ପରେ ସେମାନେ ସତ କହୁଥିବା ଲିଣ୍ଡା କହିଛନ୍ତି। ଏ ସବୁ ତାଙ୍କ ହୃଦୟକୁ ଭାଙ୍ଗିବା ସହ ଏହି ଆଘାତକୁ କେବେ ଭରଣା କରିବ ନାହିଁ ବୋଲି ଲିଣ୍ଡା କହିଛନ୍ତି। ତେବେ ସେମାନଙ୍କ ସାହସକୁ ସେ ପ୍ରଶଂସା କରୁଛନ୍ତି।

ଏଭାଙ୍ଗେଲିଷ୍ଟା ସବୁ ସମୟରେ ଜଣେ ଲୋକପ୍ରିୟ ସୁପରମଡେଲ। ତାଙ୍କ ସ୍ବାମୀଙ୍କ ଉପରେ ଅଭିଯୋଗ ଆଣିଥିବା ୪ ଜଣ ମଡେଲଙ୍କ ସହ ସେ କଥା ହୋଇଛନ୍ତି। ଏହା ସହ ନଅ ଜଣ ମଡେଲଙ୍କ ନାଁକୁ ସେ ସର୍ବସାଧାରଣଙ୍କ ସାମ୍ନାକୁ ଆଣିଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ମହିଳାଙ୍କ କହାଣୀ ଗାର୍ଡିଅନ ମାଗାଜିନର ଶନିବାର ସଂସ୍କରଣରେ ପ୍ରକାଶ ପାଇଛି।

ଏଲିଟ୍ ମଡେଲ ଏଜେନ୍ସିର ପୂର୍ବତନ ୟୁରୋପୀୟ ସଭାପତି ହେଉଛନ୍ତି ମାରି। ସେ ଟପ୍ ମଡେଲକୁ ଏବେ ପ୍ରତିନିଧିତ୍ବ କରୁଛନ୍ତି। ତେବେ ମାରିଙ୍କ ବିରୋଧରେ ଯେଉଁ ବଳାତ୍କାର ତଥା ଯୌନ ଶୋଷଣ ଅଭିଯୋଗ ହୋଇଛି ମାରି ସେସବୁକୁ ଖଣ୍ଡନ କରିଛନ୍ତି। ମାର୍ଚରେ ଏନେଇ ଫ୍ରାନ୍ସରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ମାରିଙ୍କ ଉପରେ ହୋଇଥିବା ଅଭିଯୋଗକୁ ତାଙ୍କ ଓକିଲ ମଧ୍ୟ ଗ୍ରହଣ କରୁ ନାହାନ୍ତି। ୧୯୮୬, ୧୯୮୦, ୧୯୯୦ରେ ଏମାନଙ୍କୁ ମାରି ବାରମ୍ବାର ବଳାତ୍କାର ତଥା ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ତେବେ କିଛିଦିନ ତଳେ ମାରି Oui ମ୍ୟାନେଜମେଣ୍ଟରେ ସାମିଲ ହୋଇଛନ୍ତି।  

   Related Posts