Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଧାର ସହ ଆଜି ହିଁ ଲିଙ୍କ କରାନ୍ତୁ କିଷାନ କ୍ରେଡିଟ୍ କାର୍ଡ, ନଚେତ ମିଳିବନି ଏହି ସବୁ ସୁବିଧା

31/07/2019 at 6:30 PM

ଯଦି ଫସଲ ବୀମାର ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଚାଷୀ ଭାଇମାନେ ଯେ କୌଣସି ପ୍ରକାର ପ୍ରାକୃତିକ ବିତ୍ପାତର ୧୨ ଘଣ୍ଟା ମଧ୍ୟରେ ବ୍ୟକ୍ତିଗତ ଭାବେ ବୀମା କମ୍ପାନୀକୁ ଯାଇ ଫସଲ ହାନୀ ସମ୍ପର୍କିତ ଦାବି ଉପସ୍ଥାପନ କରନ୍ତୁ। ଯଦି ଆପଣ କିଷାନ କ୍ରେଡିଟ୍ କାର୍ଡ ଧାରକ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଛନ୍ତି ତେବେ ଆଜି ହିଁ ଆପଣଙ୍କ ଆଧାରକୁ କିଷାନ କ୍ରେଡିଟ୍ କାର୍ଡ ସହ ଲିଙ୍କ କରାଇ ଦିଅନ୍ତୁ। ଯଦି ନ କରିବେ ଫସଲ କ୍ଷତି ହେଲେ ବୀମା କମ୍ପାନୀଙ୍କ ଠାରୁ ବୀମା ଲାଭ ପାଇବା ଆପଣଙ୍କ ପାଇଁ କାଠିକର ପାଠ ହୋଇପଡିବ।

ସେପଟେ ଆଇସିଆଇସି ବ୍ୟାଙ୍କ ନିଜ ଗ୍ରାହକଙ୍କୁ ବୁଧବାର ଅର୍ଥାତ ଜୁଲାଇ ୩୧ ତାରିଖ ସୁଦ୍ଧା ଏହି ଲିଙ୍କ କରାଇ ନେବାକୁ ପରାମର୍ଶ ଦେଇଥିବା ଜଣାପଡିଛି। ସେହିପରି ସରକାରୀ ବୀମା କମ୍ପାନୀ ନ୍ୟାସନାଲ ଇନସ୍ୟୋରାନ୍ସ ଚାଷୀମାନଙ୍କୁ ପ୍ରାକୃତିକ ଦୁର୍ବିପାକରେ ଫସଲ ନଷ୍ଟ ହେବାର ୧୨ ଘଣ୍ଟା ମଧ୍ୟରେ କମ୍ପାନୀ ନିକଟରେ କ୍ଲେମ କରିବା ଲାଗି  ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଫସଲ ବୀମାର ଶେଷ ତାରିଖ ଜୁଲାଇ ୩୧ ତାରିଖ ଥିଲା। ଏହି ବୀମା ବାବଦ ପ୍ରିମିୟମ ଚାଷୀଙ୍କ କେସିସି ଆକାଉଣ୍ଟରୁ ନିଆଯାଉଛି। ଏଣୁ ଚାଷୀମାନଙ୍କୁ ସେମାନଙ୍କ ଆଧାର ଲିଙ୍କ କରାଇନେବାକୁ ପରାମର୍ଶ ଦିଆଯାଇଛି।

ଫସଲ ବୀମାରେ ବୁଣା ଠାରୁ ଅମଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ କ୍ଷତି ଲାଗି ଚାଷୀଙ୍କୁ ଭରଣା ପ୍ରଦାନ କରାଯିବ। ଫସଲର ମଧ୍ୟ ଅବସ୍ଥା ରେ ପ୍ରତିକୂଳ ପାଗ ଯୋଗୁ କ୍ଷତି ହେଲେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୀମା ମିଳିପାରିବ। ଏହା ଉଭୟ ଋଣି ଓ ସାଧାରଣ ଚାଷୀଙ୍କୁ ମିଳୁଛି। ଯେଉଁ ଚାଷୀ ଋଣୀ ନୁହଁନ୍ତି ସେମାନେ ନିଜ ଫସଲ ନିମନ୍ତେ ସିଧା ଜନ ସୁବିଧା କେନ୍ଦ୍ରରେ ଫସଲ ବୀମା ପୋର୍ଟାଲରେ ବୀମା କରାଇ ପାରିବେ। ଏବେ ଦେଶରେ ମୋଟ ଚାଷୀଙ୍କ ସଂଖ୍ୟା ୧୪.୫ କୋଟି ହୋଇଥିବା ବେଳେ ଏବେ ୬.୯୨ କୋଟି ଚାଷୀ କେସିସି ସୁବିଧା ପାଇପାରିଛନ୍ତି। ତେବେ ବାକି ଚାଷୀଙ୍କୁ  ଖୁବ୍ ଶୀଘ୍ର ଏହି ସୁବିଧା ଉପଲବ୍ଧ କରାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

   Related Posts