ଗୋଟେ ବର୍ଷରେ ବ୍ୟାଙ୍କରୁ ଏତିକିରୁ ଅଧିକ ଟଙ୍କା କାଢିଲେ ଦେବାକୁ ହେବ ଟ୍ୟାକ୍ସ

Published By : Prameya-News7 Bureau | June 27, 2019 IST

ଦେଶରେ ଡିଜିଟାଲାଇଜେଶନ ବଢିବା ପାଇଁ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏଥିପାଇଁ ଡିଜିଟାଲାଇଜେଶନ କିଭଳି ଉନ୍ନତ ହେବ ତାହା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଯଦିଗୋଟେ ବର୍ଷ ମଧ୍ୟରେ ୧୦ ଲକ୍ଷ ଟଙ୍କା କଢା ଯାଉଛି ତାହାଲେ ଏଥିପାଇଁ ଟ୍ୟାକ୍ସ ଦେବାକୁ ପଡିବ।

ସରକାର ନେବାକୁ ଯାଉଥିବା ଏଭଳି ନିଷ୍ପତ୍ତି ଅନୁସାରେ, ଯେଉଁମାନେ ୧୦ ଲକ୍ଷ ଟଙ୍କା କାଢିବେ ସେମାନଙ୍କୁ ଆୟକର ଦେବାକୁ ହେବ। କଳା ଧନର କାରବାର ବନ୍ଦ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାର ଏହି ବିଷୟରେ ମଧ୍ୟ ବିଚାର କରିଛନ୍ତି ଯେ ହାଇ ଭାଲ୍ୟୁମ ଟଙ୍କା କାଢିଲେ ଆଧାରକାର୍ଡର ପ୍ରମାଣ ଦେବାକୁ ହେବ। ୫ ଲକ୍ଷ ଟଙ୍କାରୁ ଅଧିକ କାଢିଲେ ଏହା ଦରକାର ହେବ।  ସୂଚନାଯୋଗ୍ୟ ଯେ, ଏହି ପ୍ରସ୍ତାବ ବିଷୟରେ ଆଲୋଚନା କରାଯାଉଛି।

ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ନୂଆ ସରକାରର ପ୍ରଥମ ବଜେଟ ଉପସ୍ଥିତ କରିବେ। ଏଥିପାଇଁ ସେ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଜୁନ ମାସ ୧୧ ତାରଖରୁ ୨୩ ତାରିଖ ଯାଏଁ ନିର୍ମଳା ସୀତାରମଣ  ଆର୍ଥନିତିଜ୍ଞ, ବ୍ୟାଙ୍କ ଅଧିକାରୀ, ଆର୍ଥିକ ସଂଘ, ଉଦ୍ୟମ ମଣ୍ଡଳୀଙ୍କଠୁ ପରାମର୍ଶ ନେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.