ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ରହିବେ ସୀମିତ ସଂଖ୍ୟକ ସେବାୟତ, ୨୫ ତାରିଖ ସୁଦ୍ଧା ଆସିବ ତାଲିକା

Published By : Prameya-News7 Bureau | May 21, 2020 IST

ପୁରୀ ୨୧।୫: ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ହେବ ସ୍ନାନଯାତ୍ରା । ସୀମିତ ସଂଖ୍ୟକ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ନାନଯାତ୍ରା କରିବାକୁ ସହମତ ହୋଇଛନ୍ତି ସେବାୟତ । ସ୍ନାନଯାତ୍ରା ଆଉ ଦୁଇ ସପ୍ତାହ ଥିବାରୁ ମେ' ୩୧ ତାରିଖ ପରେ ନୂଆ କଟକଣାକୁ ଦେଖି ସ୍ନାନଯାତ୍ରା କିଭଳି ହେବ ନିଷ୍ପତ୍ତି ନିଆଯିବ । ଗୁରୁବାର ପ୍ରମୁଖ ୧୦ଟି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

{"id":273505,"sizeSlug":"large"}

ମହାପ୍ରଭୁଙ୍କ ସ୍ନାନଯାତ୍ରା କିପରି ହେବ ସେ ନେଇ ଆରମ୍ଭ ହୋଇଛି ବିଚାର ବିମର୍ଷ । ଚଳିତ ବର୍ଷ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ସେବାୟତଙ୍କ ଦ୍ୱାରା ସ୍ନାନଯାତ୍ରା କରିବାକୁ ମୋଟାମୋଟି ଭାବେ ନିଷ୍ପତ୍ତି ନିଆଯାଇଛି । ସ୍ନାନଯାତ୍ରାରେ ନିୟୋଜିତ ହେବାକୁ ଥିବା ୧୦ଟି ନିଯୋଗର ସ୍ୱଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନ ଯାତ୍ରା ନୀତି କରାଯିବ । ଆସନ୍ତା ୨୫ ତାରିଖ ମଧ୍ୟରେ ସେବାୟତଙ୍କ ତାଲିକା ପ୍ରସ୍ତୁତ କରାଯାଇ ପ୍ରଶାସନକୁ ଦିଆଯିବା ପରେ ସେମାନଙ୍କୁ ସ୍ନାନଯାତ୍ରା ପାଇଁ ପରିଚୟ ପତ୍ର ଦିଆଯିବ । କୋଭିଡ଼ ସଂକ୍ରମଣ ଆଶଙ୍କା ଥିବାରୁ ଅନ୍ୟ ସମସ୍ତ ସେବାୟତ, ଭକ୍ତମାନଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

{"id":273506,"sizeSlug":"large"}

ଚଳିତ ବର୍ଷ ସ୍ନାନ ଯାତ୍ରାରେ ଶ୍ରୀମନ୍ଦିର ଭିତରେ ପୋଲିସ ମୁତୟନ ନହୋଇ ପ୍ରତିହାରୀ ସେବାୟତଙ୍କ ଦ୍ୱାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବ । ପାରମ୍ପରିକ ଭାବେ ମହାପ୍ରଭୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପ୍ରତିହାରୀମାନେ ମହାପ୍ରଭୁଙ୍କ ଅନ୍ୟ ସମସ୍ତ ନୀତି ସହ ଓ ରଥଟଣା ମଧ୍ୟ ଶାନ୍ତି ଶୃଙ୍ଖଳା ସହ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । ସ୍ନାନ ଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ସମସ୍ତ ସେବାୟତଙ୍କ କୋଭିଡ଼ ଟେଷ୍ଟ କରାଯାଇ ସେମାନଙ୍କୁ ସଂଗରୋଧରେ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଛି ।

{"id":273508,"sizeSlug":"large"}

ସ୍ନାନ ଯାତ୍ରାରେ ମହାପ୍ରଭୁ ସ୍ନାନବେଦୀକୁ କିପରି ଆସିବେ ଓ ସ୍ନାନ ଓ ପୂଜାନୀତି ସର୍ବ ସମ୍ମୁଖରେ ହେବ କି ନାହିଁ ତାହା ଲକଡ଼ାଉନ୍ ଅବଧି ଶେଷ ହେବା ପରେ ନିଷ୍ପତ୍ତି ନିଆଯିବ । ଆସନ୍ତା ୩୧ ତାରିଖ ପରେ ନୂଆ କଟକଣାକୁ ଦୃଷ୍ଟିରେ ରଖି ନୀତିରେ ପରିବର୍ତ୍ତନ କରାଯିବ । ସେହିପରି ଚଳିତ ବର୍ଷ ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଅନବସର ନୀତି କରିବାକୁ ସେବାୟତମାନେ ସର୍ବସମ୍ମତ ପ୍ରସ୍ତାବ ଦେଇଥିବାରୁ ତାହା ମଧ୍ୟ କରାଯିବା ସମ୍ଭାବନା ଥିବା ପ୍ରଶାସନ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.