ଲୁଲୁ ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

Published By : Prameya-News7 Bureau | November 06, 2020 IST

ଭୁବନେଶ୍ୱର, ୦୬।୧୧ :  ଦିବଂଗତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି, ତିଳତର୍ପଣ ଓ ସ୍ମୃତିଚାରଣ । ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମରେ ଲୁଲୁ ମହାପାତ୍ରଙ୍କୁ ପ୍ରଶଂସକ ଯୁବ ପୀଢିଙ୍କ ସହ ଅନ୍ତରଙ୍ଗ ବନ୍ଧୁ ଅମୀୟ କୁମାର ଦାସ ଏବଂ କିଛି ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

{"id":357344,"sizeSlug":"large"}

ଲୁଲୁ ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ କୁଆଖାଇ ନଦୀରେ ଶ୍ରଦ୍ଧାଞ୍ଜଳି, ତିଳ ତର୍ପଣ ଓ ସ୍ମୃତି ଚାରଣ ଅନୁଷ୍ଠିତ ହୋଇଛି ।  ବହୁ ଲୁଲୁ ପ୍ରେମୀ ଯୁବକ ଉପସ୍ଥିତ ଥିଲେ। ଯେଉଁମାନେ ତାଙ୍କ ସହ କାମ କରିଆସିଛନ୍ତି ସେମାନେ ମିଶି ତାଙ୍କ ଅମରାତ୍ମା ପାଇଁ ପ୍ରାର୍ଥନା କରି ତିଳତର୍ପଣ କରିଛନ୍ତି। ଏହି ଅବସରରେ ଲୁଲୁ ଭାଇ ଅମର୍ ରହେ" ବୋଲି ସ୍ଲୋଗାନ୍ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ ତାଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ।ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓଡ଼ିଶା ଯୁବ ମାନସରେ ପ୍ରତ୍ୟକ୍ଷ ଥିଲେ। ତାଙ୍କ ଦ୍ଵାରା ଓଡିଶାରେ ଅନେକ ଯୁବ ନେତା ତଥା ଛାତ୍ର ନେତା ତିଆରି ହୋଇଥିଲେ। ନେତା ମାନଙ୍କର ଏକ କାରଖାନା ସେ ତିଆରି କରିଥିଲେ। ଆଉ ସେ ଦଳ ପ୍ରତି ନିଷ୍ଠାପର ଭାବେ କାମ କରିଥିଲେ। ଆଜି ହେଉଛି ତାଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ। ଆମେ ସମସ୍ତେ ଆଜି କୁଆଖାଇ ନଦୀରେ ଏକାଠି ହୋଇ ତାଙ୍କ ଅମରାତ୍ମା ପାଇଁ ପ୍ରାର୍ଥନା କରି ତିଳତର୍ପଣ କରି ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ସହ ସମସ୍ତଙ୍କ ପାଇଁ ଶାନ୍ତି କାମନା କରୁଛି ବୋଲି କହିଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ  ଅନ୍ତରଙ୍ଗ ବନ୍ଧୁ ଅମୀୟ  କୁମାର ଦାସ ।

wp:html /wp:html

ସନ୍ଧ୍ୟାରେ ମଧ୍ୟ ଲୁଲୁ ମହାପାତ୍ରଙ୍କ ସ୍ମୃତିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶହିଦ ନଗରର ଦୁର୍ଗା ମଣ୍ଡପରେ ଏହାର ଆୟୋଜନ କରାଯାଇଥିଲା ।  କୋଭିଡ କଟକଣାକୁ ମାନି ଲୁଲୁ ପ୍ରେମୀମାନେ ନିଜର ପ୍ରିୟ ନେତାଙ୍କୁ ମନେ ପକାଇଥିଲେ । ଲୁଲୁଙ୍କ ଆଦର୍ଶ ଓ ବଳିଷ୍ଠ ନେତୃତ୍ୱ ସର୍ବଦା ମନେ ରହିବ ବୋଲି ତାଙ୍କ ପ୍ରଶଂସକମାନେ କହିଛନ୍ତି  ।

{"id":357354,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.