Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

ବିହାରରେ ହୋଇପାରନ୍ତି ୨ ଜଣ ଉପ-ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ବିଜେପି ବିଧାୟକ ଦଳ ନେତା ଏବଂ ଉପ ନେତାଙ୍କ ନାଁ

15/11/2020 at 7:30 PM

ବିହାର ୧୫/୧୧ : ବିହାର ବିଧାନସଭା ନିର୍ବାଚନରେ ଏନଡିଏ ସ୍ପଷ୍ଟ ବହୁମତ ପାଇଛି । ନୀତିଶ କୁମାରଙ୍କୁ ଏନଡିଏର ବିଧାୟକ ଦଳ ନେତା ଚୟନ କରାଯାଇଛି ଏବଂ ସେ ଆସନ୍ତାକାଲି ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେବେ । ତେବେ କିଏ ହେବେ ବିହାରର ଉପ-ମୁଖ୍ୟମନ୍ତ୍ରୀ ? ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ୨ଜଣଙ୍କ ନାଁ ଚର୍ଚ୍ଚାକୁ ଆସିଛି । ଏଥର ୨ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ନିଜ ଟିମରେ ସାମିଲ କରିପାରନ୍ତି ନୀତିଶ କୁମାର । ଏହି ପଦ ପାଇଁ ବିଜେପିରୁ ୨ ଜଣ ବିଧାୟକଙ୍କ ନାଁ ଚର୍ଚ୍ଚାକୁ ଆସିଛି । ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଏବଂ ବିଧାୟକ ଦଳ ଉପ ନେତା ତଥା ବେତିଆର ବିଧାୟିକା ରେଣୁ ଦେବୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇପାରନ୍ତି ।

ତାରକିଶୋରଙ୍କୁ ବିଧାୟକ ଦଳ ନେତା ଏବଂ ରେଣୁ ଦେବୀଙ୍କୁ ବିଧାୟକ ଦଳ ଉପ ନେତା ଭାବେ ଚୟନ କରାଯିବା​‌ ପରେ ସୁଶୀଲ ମୋଦି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ​‌ଆସନ୍ତାକାଲି ଅପରାହ୍ନ ୪.୩୦ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଜି ଅନୁଷ୍ଠିତ ହୋଇଥିବା ଏନଡିଏ ବିଧାୟକ ଦଳ ବୈଠକରେ ତାଙ୍କୁ ଏନଡିଏର ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା ଏବଂ ପରେପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ଦାବିପତ୍ର ପ୍ରଦାନ କରିଥିଲେ ।

ଆସନ୍ତାକାଲି ଶପଥଗ୍ରହଣରେ ମନ୍ତ୍ରୀ ମଣ୍ଡଳର ଆକାର ଛୋଟ ହେବା ନେଇ ପୂର୍ବାଭା​‌ଷ ମିଳିଛି । ପରେ ନୀତିଶ କୁମାର କ୍ୟାବିନେଟର ବିସ୍ତାର କରିବେ । କିନ୍ତୁ ମନ୍ତ୍ରୀ ମଣ୍ଡଳରେ କିଏ କିଏ ସାମିଲ ହେବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ମିଳିଥିବା​‌ ସୂଚନା ଅନୁସାରେ ବରିଷ୍ଠ ନେତା ମଙ୍ଗଳ ପାଣ୍ଡେୟ ପୁଣିଥରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ସ୍ପଷ୍ଟ ହୋଇସାରିଛି । ମଙ୍ଗଳ ପାଣ୍ଡେୟଙ୍କର ବିହାର ରାଜନୀତିରେ ବେଶ ଦବଦବା ରହିଛି ଏବଂ ସେ ନୀତିଶ କୁମାରଙ୍କ ଖାସ ଭାବେ ମଧ୍ୟ ଜଣାଶୁଣା । ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଆଉ ଜଣଙ୍କ ନାଁ ମଧ୍ୟ ଆପାତତ୍ ସ୍ପଷ୍ଟ ହୋଇସାରିଛି ଏବଂ ସେ ହେଉଛନ୍ତି ବରିଷ୍ଠ ବିଜେପି ନେତା ତଥା ଅଷ୍ଟମ ଥର ପାଇଁ ବିଧାୟକ ହୋଇଥିବା ପ୍ରେମ କୁମାର । ସେ ପୂର୍ବଥର ନୀତିଶଙ୍କ କ୍ୟାବିନେଟରେ କୃଷି ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ବରିଷ୍ଠ ବିଜେପି ତେନା ଏବଂ ପାଟଣା ସାହିବରୁ ସପ୍ତମ ଥର ପାଇଁ ବିଧାୟକ ହୋଇଥିବା ନନ୍ଦ କିଶୋର ଯାଦବଙ୍କ ମନ୍ତ୍ରୀ ପଦ ମିଳିବା ପ୍ରାୟତ ସ୍ପଷ୍ଟ ହୋଇସାରିଛି ।

   Related Posts