୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
13/08/2018 at 9:15 AM

ଭୁବନେଶ୍ୱର୧୩/୮:ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି। ଏଥିପାଇଁ ଏସଆର୍ସିଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୮ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁଜିଲ୍ଳାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୮ଟି ଜିଲ୍ଲା କଳାହାଣ୍ଡି,ଗଜପତି,ରାୟଗଡ଼ା,ଅନୁଗୁଳ,କେନ୍ଦ୍ରାପଡ଼ା,ବରଗଡ଼,ଦେବଗଡ଼,ସୁନ୍ଦରଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୯ଟି ଜିଲ୍ଲା ଗଞ୍ଜାମ,ବୌଦ,କଟକ,ଜଗତସିଂହପୁର,କନ୍ଧମାଳ,ଖୋର୍ଦ୍ଧା,ନୟାଗଡ଼,ପୁରୀ,ସମ୍ବଲପୁରରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି।