Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

‘ବିକ୍ରାନ୍ତ’ ଭଳି ରଦ୍ଦିକୁ ଗଲା ‘ବିରାଟ’, ଶନିବାର ଶେଷ ଯାତ୍ରା

18/09/2020 at 10:21 PM

ମୁମ୍ବାଇ ୧୮।୯: ଭାରତୀୟ ନୌସେନାର ସେବା ନିବୃତ୍ତ ବିମାନ ବାହକ ପୋତ ‘ବିରାଟ’ ଶନିବାର ମୁମ୍ବାଇରୁ ତାର ଅନ୍ତିମ ଯାତ୍ରାରେ ବାହାରିବ। ଏହାକୁ ଗୁଜୁରାଟ ଭାବାନଗରସ୍ଥିତ ଅଲଙ୍ଗକୁ ନିଆଯିବ। ଏଠାରେ ଥିବା ବିଶ୍ୱର ସର୍ବ ବୃହତ୍ତ ବ୍ରେକିଂ ୟାର୍ଡରେ ଏହାକୁ ଭାଙ୍ଗିଦିଆଯିବ।  ବିକ୍ରାନ୍ତ ଭଳି  ବିରାଟକୁ ଏସିଆର ପ୍ରଥମ ମେରିଟାଇମ୍‌ ମ୍ୟୁଜିୟମ କରିବା ଲାଗି ଯୋଜନା କରାଯାଉଥିଲା। ହେଲେ ଏହା ସଫଳ ହୋଇ ନାହିଁ। ଏଣୁ ଯୁଦ୍ଧପୋତକୁ ଶେଷରେ ଅଲଙ୍ଗ ପଠାଇ ଦିଆଯିବକୁ ନିଷ୍ପତ୍ତି ହୋଇଛି। 

ପାଖାପାଖି ୩୦ ବର୍ଷକାଳ ଭାରତୀୟ ନୌସେନାର ଗର୍ବ ଥିବା ଆଇଏନଏସ୍‌ ବିରାଟକୁ ଗତ  ୬ ମାର୍ଚ୍ଚ ୨୦୧୭ରେ  ଅବସର ଦିଆଯାଇଥିଲା। ୧୯୮୭ ମସିହାରେ ଭାରତୀୟ ନୌସେନାରେ ଯୋଗଦେବା ପୂର୍ବରୁ ବ୍ରିଟେନ ରୟାଲ ନେଭିରେ ଏଚ୍ଏମ୍ଏସ୍‌ ହର୍ମିସ୍‌ ଭାବେ ବିରାଟ ଦୀର୍ଘ ୨୫ ବର୍ଷକାଳ ସେବା ଯୋଗାଇ ଆସିଥିଲା। ୧୯୮୪ ମସିହାରେ ବ୍ରିଟିଶ ନୌସେନାରୁ ସେବାମୁକ୍ତ ହେବା ପରେ ଏହାକୁ ଭାରତୀୟ ନୌସେନା କିଣି ଆଣିଥିଲା। ୧୯୮୭ ମସିହାରେ ଏହାକୁ ଆଇଏନଏସ୍ ବିରାଟ ନାମରେ ନୌସେନାରେ କମିସନ କରାଯାଇଥିଲା।

୧୯୯୭ ମସିହାରେ ବିକ୍ରାନ୍ତକୁ ଅବସର ଦିଆଯାଇଥିଲା। ସେବେଠାରୁ ପ୍ରାୟ ୨୦ ବର୍ଷ କାଳ ଭାରତୀୟ ସମୁଦ୍ର ସୀମାରେ  ବିରାଟ ପହରା ଦେଇଆସୁଥିଲା। ବ୍ରିଟିଶ ନୌସେନାରେ ହର୍ମିସ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଯୁଦ୍ଧପୋତରେ ପ୍ରିନ୍ସ ଚାର୍ଲସ୍‌ ନୌସେନା ଅଧିକାରୀ ଭାବେ ତାଙ୍କର ପ୍ରଶିକ୍ଷଣ ସମାପ୍ତ କରିଥିଲେ। ଫକଲ୍ୟାଣ୍ଡ ଯୁଦ୍ଧରେ ବ୍ରିଟିଶ ନେଭି ପକ୍ଷରୁ ଏଚଏମଏସ  ହର୍ମିସର ଯୋଗଦାନ ଉଲ୍ଲେଖନୀୟ ଥିଲା।

ସେହିପରି ଭାରତୀୟ ନୌସେନାର ଅଂଶ ଥିବା ବେଳେ ପାକିସ୍ତାନ ବିପକ୍ଷରେ ଅପରେସନ ପରାକ୍ରମ ଓ ଶ୍ରୀଲଙ୍କା ପଠାଯାଇଥିବା ଶାନ୍ତିସେନା ଲାଗି ବିରାଟର ଯୋଗଦାନ ଅତୁଳନୀୟ ଥିଲା। ନୌସେନାରୁ ଅବସର ପରେ ବିକ୍ରାନ୍ତ ଭଳି ବିରାଟକୁ ମଧ୍ୟ ମେରିଟାଇମ୍‌ ମ୍ୟୁଜିୟମ କରିବାକୁ ମହାରାଷ୍ଟ୍ର ସରକାର ଚାହୁଁଥିଲେ।

ଦେବେନ୍ଦ୍ର ଫଡନାବିଶ ସରକାର ୮୫୨ କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଥିଲେ। ଏହାକୁ କୋଙ୍କଣ କ୍ଷେତ୍ରର ସିନ୍ଧୁଦୁର୍ଗରେ ରଖିବାକୁ ପ୍ରସ୍ତାବ ଥିଲା। ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଗୋଆ ଯାଉଥିବା ପର୍ଯ୍ୟଟଙ୍କ ଲାଗି ଏଠାକୁ ପହଞ୍ଚିବା ମଧ୍ୟ ସହଜ ହୋଇଥାନ୍ତା। ସମୁଦ୍ରରେ ଯୁଦ୍ଧପୋତକୁ ଛିଡା କରି ଏଥିରେ ଆକର୍ଷଣୀୟ ରେଷ୍ଟୁରାଣ୍ଟ, ହେଲିପ୍ୟାଡ ଆଦି ରଖି ପର୍ଯ୍ୟଟକଙ୍କୁ ଆକର୍ଶିତ କରିବାର ଯୋଜନା ମଧ୍ୟ ଥିଲା। ତେବେ କୌଣସି କାରଣରୁ ଶେଷରେ ଯୋଜନା ବାତିଲ ହୋଇଯିବାରୁ ଏହାକୁ ସେପ୍ଟେମ୍ବର ୧୯ ତାରିଖରେ ମୁମ୍ବାଇରୁ ଅଲଙ୍ଗ ପଠାଇ ଦିଆଯାଉଛି।

   Related Posts