ସପ୍ନା ଚୌଧୁରୀଙ୍କ ଭଳି ବିଜେପିରେ ଯୋଗ ଦେଇଥାଆନ୍ତେ ଏହି ଗାୟିକା : ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

Published By : Prameya-News7 Bureau | October 02, 2019 IST

ନୂଆଦିଲ୍ଲୀ ୨/୧୦: ଗ୍ରେଟର ନୋଏଡ଼ାର ବିଟା-୨ ଥାନା ଅଞ୍ଚଳ ସ୍ଥିତ ମିତ୍ର ସୋସାଇଟି ପାଖରେ ଦୁଇ ବାଇକ୍ ଆରୋହୀ ଜାହାଙ୍ଗୀରପୁରର ରାଗିଣୀ ଗାୟିକା ସୁଷମାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ସମୟରେ ଆକ୍ରମଣକାରୀ ୨ଜଣ ହେଲମେଟ ପିନ୍ଧିଥିଲେ। ଫଳରେ ତାଙ୍କ ମୁହଁ କେହି ଦେଖିପାରିନଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପାଖାପାଖି ୩ରୁ ୪ଟି ଗୁଳି ବାଜିବା ପରେ ସୁଷମାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ସୁଷମାଙ୍କୁ ମୃତ ଘୋଷିତ କରିଥିଲେ। ଅଗଷ୍ଟ ୧୯ତାରିଖରେ ମଧ୍ୟ ସୁଷମାଙ୍କ ଉପରେ ଆକ୍ରମଣ ହୋଇଥିଲା।

{"id":165382}

ପୋଲିସର କହିବାନୁସାରେ,ଜହାଙ୍ଗୀରପୁରା ବାସିନ୍ଦା ସୁଷମା ବର୍ତ୍ତମାନ ଗ୍ରେଟର ନୋଏଡ଼ାର ବିଟା-୨ ଥାନା ଅଞ୍ଚଳ ଅନ୍ତର୍ଗତ ମିତ୍ର ସୋସାଇଟିରେ ରହୁଥିଲେ। ଗତକାଲି ସେ ବୁଲନ୍ଦସହରର ମେହସାଣାର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିଲେ। ରାତି ପାଖାପାଖି ସାଢ଼େ ୮ଟାରେ ସୁଷମା ଘରକୁ ଫେରୁଥିଲେ। ସେ ସୋସାଇଟି ବାହାରେ କାରରୁ ଓହ୍ଲାଉଥିବାବେଳେ ବାଇକରେ ଥିବା ୨ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପେଟରେ ଗୁଳି ବାଜିଥିବାରୁ ସୁଷମାଙ୍କୁ ତୁରନ୍ତ ହସତ୍ପିଟାଲକୁ ନିଆଯାଇଥିଲା।

{"id":165383,"width":586,"height":329}

ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହେବା ସମୟରେ ଡାକ୍ତର ସୁଷମାଙ୍କୁ ମୃତ ଘୋଷିତ କରିଥିଲେ। ଘଟଣା ପରେ ସୁଷମାଙ୍କ ପରିବାର ଲୋକେ ଏବଂ ରାଗିଣୀ କଳାକାରମାନେ ହସ୍ପିଟାଲକୁ ପହଞ୍ଚିଥିଲେ। ପାଖାପାଖି ଘଣ୍ଟାଏ ପରେ ପରିବାରଲୋକଙ୍କୁ ସୁଷମାଙ୍କ ମୃତ୍ୟୁ ଖବର ମିଳିଥିଲା। କୁହାଯାଉଛି ଯେ ସୋସାଇଟି ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ ପୂରା ଘଟଣା କଏଦ ହୋଇଛି। ପୋଲିସ୍ ସିସିଟିଭି ଫୁଟେଜ ଖୋଜି ବାଇକ୍ ନମ୍ବର ଏବଂ ହତ୍ୟାକାରୀଙ୍କୁ ଖୋଜିବାର ଉଦ୍ୟମ କରୁଛି।

{"id":165384,"width":578,"height":377}

ସୂଚନା ଅନୁଯାୟୀ ପ୍ରାୟ ଅଢ଼େଇ ବର୍ଷ ତଳେ ସୁଷମା ବିଟା-୨ ଥାନା ଏବଂ ଏସଏସପି କାର୍ଯ୍ୟାଳୟ ପହଞ୍ଚିଥିଲେ। ସେହି ସମୟରେ ସେ ଜଣାଇଥିଲେ ଯେ ସେ ଦ୍ବିତୀୟ ବିବାହ କରିଛନ୍ତି। କିନ୍ତୁ ତାଙ୍କ ପ୍ରଥମ ସ୍ବାମୀ ତାଙ୍କୁ ହଇରାଣ କରୁଛନ୍ତି।

{"id":165390,"width":583,"height":354}

ବୁଲନ୍ଦସହର ଭାଜପା ଜିଲ୍ଲା ଅଧ୍ୟକ୍ଷଙ୍କ କହିବାନୁସାରେ ଗତ ସୋମବାର ସୁଷମା ଜିଲ୍ଲା କ୍ୟାମ୍ପ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ତାଙ୍କ ସହ ତାଙ୍କର ୨ଭଉଣୀ ମଧ୍ୟ ଆସିଥିଲେ। ସେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିବାକୁ ଦାବି କରିଥିଲେ।

{"id":165391,"width":589,"height":325}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.