ମାସ୍କ ଭଳି ୨୦୨୧ରେ ଭାକ୍ସିନ ପାସପୋର୍ଟ ହୋଇପାରେ ଜରୁରି, ଜାଣନ୍ତୁ କ’ଣ ?

Published By : Prameya-News7 Bureau | December 29, 2020 IST

ନୂଆଦିଲ୍ଲୀ ୨୯।୧୨: କରୋନା ଭାକ୍ସିନ ଫାଇଜରକୁ ପ୍ରଥମେ ବ୍ରିଟେନରେ ମଞ୍ଜୁରି ମିଳିଥିଲା। ଏବେ ସମଗ୍ର ୟୁରୋପ ସମେତ କାନାଡା, ଆମେରିକା ଓ କେତେକ ପଶ୍ଚିମ ଏସୀୟ ଦେଶ ମଧ୍ୟ ଟିକାକରଣ ଆରମ୍ଭ କରିସାରିଲେଣି। ଏଥିରୁ ଏହାର ପ୍ରଭାବ ୨୦୨୧ରେ ଅନ୍ତର୍ଜାତୀୟ ଟ୍ରାଭେଲ ଉପରେ ପଡିବାର ଆଶଙ୍କା କରାଯାଉଛି। ଏଥିରେ ମାସ୍କ ଓ ସୋସିଆଲ ଡିଷ୍ଟାନସିଂ ଭଳି ଭାକ୍ସିନ ପାସପୋର୍ଟ ଅର୍ଥାତ ଡିଜିଟାଲ ହେଲଥ୍ ପାସ୍‌ର ମଧ୍ୟ ଆବଶ୍ୟକତା ପଡିପାରେ ବୋଲି ଆଶଙ୍କା କରାଯାଉଛି।

{"id":384335,"sizeSlug":"large","linkDestination":"none"}

ଟ୍ରାଭେଲ ଲାଗି ଜରୁରି ହୋଇପାରେ ଭାକ୍ସିନ ପାସପୋର୍ଟ
ଆଗାମୀ ସମୟରେ ଅନ୍ତର୍ଜାତୀୟ ଭ୍ରମଣ, କୌଣସି କାର୍ଯ୍ୟକ୍ରମକୁ ଗଲେ ଅଥବା ସିନେମା ଦେଖିବାକୁ ହଲକୁ ଗଲେ ଆପଣଙ୍କୁ ଆପଣଙ୍କ କୋଭିଡ ଷ୍ଟାଟସ୍‌ ସୋ କରିବାକୁ ପଡିପାରେ। ଏହା ହୁଏତ ଆପଣଙ୍କ ଭେକ୍ସିନ କାର୍ଡ ଭଳି ହୋଇପାରେ ଯାହାକୁ ମୋବାଇଲ ଆପ୍‌ ଭଳି ମଧ୍ୟ ଆପଣଙ୍କୁ ଦିଆଯାଇପାରେ।

ଏହି ମୋବାଇଲ ଆପ୍‌ରେ କୋଭିଡ ପରୀକ୍ଷଣର ବିସ୍ତୃତ ବିବରଣୀ ସମେତ ଭାକ୍ସିନର ସୂଚନା ଅପଡେଟ କରିବାକୁ ହେବ। ଟ୍ରାଭେଲ ସମୟରେ ଆପଣଙ୍କୁ ପଚରାଗଲେ ଆପଣ ମୋବାଇଲ ଆପ୍‌ରେ ଏହା ଦେଖାଇଦେଇପାରିବେ। ହୁଏତ ଏହା ଆରୋଗ୍ୟ ସେତୁ ଆପ ଭଳି ଓ ଏହାର ଅପର ଭର୍ସନ ବି ହୋଇପାରେ।

{"id":384336,"sizeSlug":"large","linkDestination":"none"}

ଡିଜିଟାଲ ହେଲଥ୍ ପାସ୍‌
ଏହି ନୂଆ ଆପ୍‌ରେ ପ୍ରତ୍ୟେକ ୟୁଜରଙ୍କୁ ଏକ କ୍ୟୁଆର କୋଡ ଆକାରରେ ପାସ୍‌ ମିଳିବ ଯାହାକୁ ଆପଣ ଅଥରିଟିଙ୍କ ନିକଟରେ ଉପସ୍ଥାପିତ କରିପାରିବେ। ଏଭଳି ଆପ୍‌ ଲାଗି ଏବେ ବିଭିନ୍ନ ଏୟାରଲାଇନ୍ସ ଏକଜୁଟ ହୋଇଥିବା ଜଣାପଡିଛି। ଆଇବିଏମ ମଧ୍ୟ ଡିଜିଟାଲ ପାସ୍‌ ନାମରେ ଏକ ଆପ୍‌ ବିକଶିତ କରୁଥିବା ଜଣାପଡ଼ିଛି।

{"id":384337,"sizeSlug":"large","linkDestination":"none"}

ଏକ ଜଟିଳ କାର୍ଯ୍ୟ
ଯାହାକୁ ଥରେ କୋଭିଡ ହୋଇଛି ଆଉ ଥରେ ହେବନି କହି ହେବନି। ଏଥିରେ ଏପରି କୌଣସି ଇମ୍ୟୁନିଟି ସାର୍ଟିଫିକେଟ ଅଥବା ପାସ୍‌ରେ ସଂକ୍ରମଣ ବ୍ୟାପି ଚାଲିଥିବ ହେଲେ କେବି ଜାଣିପାରୁନଥିବେ ଏପରି ବି ସମସ୍ୟା ଉପୁଜିପାରେ। ଏହା ଛଡା ବିଭିନ୍ନ ଦେଶରେ କୋଭିଡ ଲାଗି ବିଭିନ୍ନ ପ୍ରକାର ଟିକାକରଣ କରାଯାଉଛି।  କେଉଁଟିକା ୮୦ ପ୍ରତିଶତ ସଫଳ ବୋଲି କୁହାଯାଉଛି ତ କେଉଁ ଟିକା ୯୫ ପ୍ରତିଶତ ସଫଳ ବୋଲି ଦାବି କରୁଛନ୍ତି। ଏଥିରେ ଏଭଳି ପାସପୋର୍ଟ ସଠିକତା ପ୍ରମାଣରେ ସହାୟକ ହେବ କି ନା ସେ ନେଇ ଏବେବି ସନ୍ଦେହ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.