ଫେସବୁକ୍ ରେ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏହି ଖାସ୍ ଫିଚର, ଜାଣିଲେ ଆପଣବି ହେବେ ବ୍ୟଥିତ

Published By : Prameya-News7 Bureau | September 27, 2019 IST

ବ୍ରିସବେନ୍: ବିଶ୍ୱର ଲୋକପ୍ରୀୟ ସୋସାଲ ସାଇଟ୍ ଫେସବୁକ୍ ତାଙ୍କର ସବୁଠୁ ଆକର୍ଷଣୀୟ ଫିଚରକୁ ପରୀକ୍ଷାମୂଳକ ଭାବେ ବନ୍ଦ କରିବାକୁ ଯାଉଛନ୍ତି। ଏଥିରେ 'ଲାଇକ୍ସ' ସଂଖ୍ୟା ଲୁଚାଇବାକୁ ଉଦ୍ୟମ କରାଯାଉଛି। ଫେସବୁକ୍ ଲାଇକ୍ ଲାଗି ସମଗ୍ର ବିଶ୍ୱରେ ସାମାଜିକ ଚାପ ବଢୁଛି। ଏଣୁ ଏଭଳି ପଦକ୍ଷେପ ନିଆଯାଇଥିବା ଫେସବୁକ୍ ଜଣାଇଛନ୍ତି।

{"id":163410}

ଫେସବୁକ୍ ଙ୍କ ଏହି ପ୍ରୟୋଗ ପ୍ରାଥମିକ ପର୍ଯ୍ୟାୟରେ ଅଷ୍ଟ୍ରେଲିଆରୁ ଆରମ୍ଭ ହେବ । ଏହାର ଫଳାଫଳ ଜଣାପଡିବା ପରେ କ୍ରମେ ବିଶ୍ୱର ଅନ୍ୟ ଦେଶର ପେଜ୍ ମାନଙ୍କରେ ମଧ୍ୟ ଏହି ପ୍ରୟୋଗ ହେବ। ଏହା ଦ୍ୱାରା ୟୁଜର କରୁଥିବା ପୋଷ୍ଟର କମେଣ୍ଟ ତ ଦେଖି ପାରିବେ, ହେଲେ ଏହାର ସଂଖ୍ୟା ଆଉ ଜାଣିପାରିବେ ନାହିଁ। ଏ ନେଇ ଫେସବୁକ୍ ଏକ ବୟାନ ଜାରି କରିଥିବା ବେଳେ 'କେହି ଫେସବୁକ୍ ରେ ପ୍ରତିଦ୍ୱନ୍ଦ୍ୱୀତା ମୂଳକ ପରିସ୍ଥିତିର ସମ୍ମୁଖୀନ ହେଉ ତାହା କମ୍ପାନୀ ଚେହେଁ ନାହିଁ' ବୋଲି ଉଲ୍ଲେଖ କରିଛି। ତେବେ ଯଦି ଫେସବୁକ୍ ତାଙ୍କର ଏହି ଫିଚରକୁ ବନ୍ଦ କରିଦିଅନ୍ତି ତେବେ ଆସନ୍ତୁ ଜାଣିବା କ'ଣ ପଡିବ ପ୍ରଭାବ।   

{"id":163412,"width":583,"height":332}

ଫେସବୁକ୍ ରେ ଯେତେବେଳେ ଆପଣ ଆପଣଙ୍କର ପ୍ରୋଫାଇଲ ପୁନର୍ବାର ପ୍ରସ୍ତୁତ କରନ୍ତି କି ଫଟୋ ବଦଳାନ୍ତି ଅଥବା ନୂଆ କିଛି ପୋଷ୍ଟ କରନ୍ତି ପେଜ୍ ରେ ଆପଣଙ୍କ ସହ ଥିବା ଲୋକେ ଲାଇକ୍ କରନ୍ତି। ଏହି ଲାଇକ୍ ଦେଖି ଆପଣ ଜାଣି ଯାଆନ୍ତି କେତେ ଲୋକ ଆପଣଙ୍କ ପୋଷ୍ଟରେ ଲାଇକ୍ କରିଛନ୍ତି। ତେବେ ଫେସବୁକ୍ ର ଏବେ ଲାଇକ୍ କାଉଣ୍ଟ ଫିଚରଟି ବନ୍ଦ ହୋଇଯିବ। ଆପଣଙ୍କ ପ୍ରୋଫାଇଲ, ଫଟୋ ଓ ଷ୍ଟାଟସକୁ ଲାଇକ୍ ତ ମିଳିବ ହେଲେ ଏହାର ସଂଖ୍ୟା କେତେ ତାହା ଆଉ ଜାଣିପାରିବେ ନାହିଁ। ତେବେ ଇଂଷ୍ଟାଗ୍ରାମରେ ପ୍ରଥମରୁ ହିଁ ଏହି ଫିଚର ରହିଛି। ଇଂଷ୍ଟାର ଏହି ଫିଚରକୁ କମ୍ପାନୀ ଏବେ ଫେସବୁକ୍ ରେ ବି ପ୍ରୟୋଗ କରି ଦେଖିବାକୁ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.