Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ନିଜ ବ୍ରେନ୍ ସର୍ଜରୀ ପାଇଁ ମା ଙ୍କ ବେକେରୀରେ ଲେମ୍ବୁ ପାଣି ବିକ୍ରି କରୁଛନ୍ତି ୭ବର୍ଷର ଝିଅ ଲିଜା

1/03/2021 at 8:38 AM

ନୂଆଦିଲ୍ଲୀ ୦୧/୦୩: ସାତ ବର୍ଷର ଝିଅ ଲିଜା ସ୍କଟ୍ ତାଙ୍କ ମା ଏଲିଜାବେଥଙ୍କ ବେକେରୀରେ ଲେମ୍ବୁ ପାଣି ବିକ୍ରି କରି ଟଙ୍କା ସଂଗ୍ରହ କରୁଛନ୍ତି ।  ଯାହାର କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।  ସେ ପକେଟ୍ ଖର୍ଚ୍ଚ କିମ୍ବା କୌଣସି ଖେଳନା ପାଇଁ ଏହି ଟଙ୍କା ଜମା କରୁନାହାଁନ୍ତି, ବରଂ ବ୍ରେନ୍ ସର୍ଜରୀ ପାଇଁ ସେ ଏହି ଟଙ୍କା ଜମା କରୁଛନ୍ତି । ବାସ୍ତବରେ, ଲିଜା ସ୍କଟ୍ ସେରେବ୍ରାଲ୍ ମାଲଫର୍ମେସନ୍ ନାମକ ଏହି ରୋଗ ସହିତ ସଂଘର୍ଷ କରୁଛନ୍ତି, ଯେଉଁ କାରଣରୁ ତାଙ୍କ ମସ୍ତିଷ୍କରେ ୩ଟି ଜାଗାରେ ସମସ୍ୟା ରହିଛି ।

ତାଙ୍କ ମା ଏଲିଜାବେଥ କହିଛନ୍ତି, ଏହି କାରଣରୁ ଲିଜା ଏକ ମାସ ପୂର୍ବରୁ ଅତ୍ୟଧିକ ଭୟଭୀତ ହୋଇ ବେହୋସ ହୋଇ ଯାଇଥିଲେ । ଅନୁସନ୍ଧାନ ପରେ ଜଣା ପଡିଲା ଯେ ଏହା ଏକ ପ୍ରକାରର ମସ୍ତିଷ୍କ ରୋଗ ।  ଡାକ୍ତରମାନେ ଲିଜାଙ୍କ ସର୍ଜରୀ କରିବାକୁ କହିଛନ୍ତି ଯେଉଁଥିପାଇଁ ତାଙ୍କ ପରିବାର ଟଙ୍କା ସଞ୍ଚୟ କରୁଛନ୍ତି । ମା’ଙ୍କ ବୋଝ କମାଇବା ପାଇଁ ୭ ବର୍ଷିୟା ଲିଜା ମଧ୍ୟ ବେକେରୀରେ ଲେମ୍ବୁ ପାଣି ବିକ୍ରି କରୁଛନ୍ତି ।

PunjabKesari

ବୋଷ୍ଟନ ଚିଲ୍ଡରେନ୍ ହସପିଟାଲରେ ଲିଜାଙ୍କ ସର୍ଜରୀ କରାଯିବ ବୋଲି ତାଙ୍କ ମା କହିଛନ୍ତି । ଏହିପରି ଅସୁବିଧା ସତ୍ତ୍ୱେ ଲିଜା ଧୈର୍ଯ୍ୟ ହରାଇ ନାହାଁନ୍ତି ଏବଂ ତାଙ୍କ ମାଙ୍କୁ ସାହସ ଦେଉଛନ୍ତି । ଅସୁସ୍ଥତା କାରଣରୁ ଯେତେବେଳେ ଲିଜାଙ୍କୁ କୌଣସି ଅସୁବିଧା ହୁଏ କିମ୍ବା ନିଦ ହୋଇନଥାଏ, ସେତେବେଳେ ତାଙ୍କୁ ସାହାସ ଏବଂ ଶକ୍ତି ଯୋଗାଇବା ପାଇଁ ସେ ଭଗବାନଙ୍କୁ କରିବାକୁ ପ୍ରାର୍ଥନା କରିଥାନ୍ତି ।

ଏଲିଜାବେଥ ଝିଅ ପାଇଁ ଇନ୍ସୁରାନ୍ସ କରିଥିଲେ କିନ୍ତୁ, ହୋଟେଲ ଏବଂ ମେଡିସିନ୍ ପାଇଁ ଜମା ହୋଇଥିବା ଟଙ୍କା ଖର୍ଚ୍ଚ ହୋଇ ଯାଇଥିଲା । ତଥାପି, ଅନେକ ଲୋକ ଏଲିଜାବେଥଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଆଜିକାଲି, ଟିକିଏ ଅସୁବିଧା କିମ୍ବା ସାମାନ୍ୟ ଅସୁସ୍ଥତା ହେଲେ ଲୋକମାନେ ଭୟଭୀତ ହୋଇ ଯାଇଥାନ୍ତି । କିନ୍ତୁ ଏହି ୭ବର୍ଷର ଝିଅ ଲିଜା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

   Related Posts