କାର ଉପରେ ବଜ୍ରପାତ, ଆକାଶରୁ ଖସିଲା ନିଆଁ ପିଣ୍ଡୁଳା, ଭିତରେ ଥିଲେ ପରିବାରର ୫ ସଦସ୍ୟ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୦୨।୦୭: କାରରେ ପରିବାର ସଦସ୍ୟ ସହ ହସ ଖୁସିରେ ଯାଉଥିଲେ। ପ୍ରବଳ ବର୍ଷା ହେଉଥିଲା। ହେଲେ କାର ସାମ୍ନାରେ ଅଚାନକ ଆକାଶରୁ ଖସିଲା ବ୍ରଜପାତ। ଲାଗିଲା କାରଟି ମଧ୍ୟ ଅଗ୍ନି ପିଣ୍ଡୁଳା ପାଲଟିଯିବ। ସୌଭାଗ୍ୟବଶତଃ କାରର କୌଣସି କ୍ଷତି ଘଟିନଥିଲା ଏବଂ ବସିଥିବା ୫ ସଦସ୍ୟ ଅଳ୍ପକେରୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଏହି ଘଟଣା ଆମେରିକାର କନସାସ ସହର ଓ୍ଵେଭରଲି ନିକଟରେ ଜୁନ ୨୫ ତାରିଖରେ ଘଟିଛି। ଏହି ଘଟଣାକୁ କାର୍ଲ ହୋବି ନିଜ କ୍ୟାମେରାରେ କଏଦ କରିଥିଲେ, ଯିଏ କାରର ଠିକ୍ ପଛରେ ଥିଲେ। ଏହାର  ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି।

୫୭ ସେକେଣ୍ଡର ଏହି ଭାଇରାଲ ଭିଡିଓରେ ସର୍ବ ପ୍ରଥମେ ପ୍ରବଳ ବର୍ଷାରେ ହାଇଓ୍ଵେରେ କାର ଯାଉଥିବା ଦେଖିବାକୁ ମିଳିଛି। ଏମିତି ବର୍ଷାରେ ଗାଡି ଚଳାଇବା ମୁସ୍କିଲ ହୋଇ ପଡିଥିଲା। ଅଚାନକ ଏକ କଳା ରଙ୍ଗର ଏସୟୁଭି କାର ସାମ୍ନାରେ ବଜ୍ରପାତ ଘଟିଥିଲା। ବଜ୍ରପାତ ବେଳେ ନିଆଁ ପିଣ୍ଡୁଳା କାର ଉପରେ ପଡିଥିଲା ଏବଂ କାଟରି ହଠାତ ଅଟକି ଯାଇଥିଲା। ଏହି ଘଟଣା ଦେଖି ସମସ୍ତେ ସ୍ତବ୍ଧ ହୋଇ ପଡିଥିଲେ। 

wp:html /wp:html

ଏହି କାରରେ ବସିଥିବା ୫ ଜଣଙ୍କ ମଧ୍ୟରେ ଆଠ ମାସର ଶିଶୁ, ତିନି ବର୍ଷର ଏବଂ ଦେଢ ବର୍ଷର ଶିଶୁ ସାମିଲ ଥିଲେ। ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି। କିନ୍ତୁ ଏହି ଘଟଣା ସେମାନଙ୍କୁ ଭୟଭୀତ କରି ଦେଇଛି। ସମାଚାର ସାଇଟ୍ ସହ ଆଲୋଚନା ବେଳେ ହୋବି କହିଛନ୍ତି, ପରିବାର ପ୍ରଥମେ ସ୍ତବ୍ଧ ହୋଇ ପଡିଥିଲେ। କିନ୍ତୁ ଅଭିଭାବକଙ୍କ ମୁଖ୍ୟ ଧ୍ୟାନ ଏହା ସୁନିଶ୍ଚିତ କରିବାର ଥିଲା ଯେ, ପିଲାମାନେ କେମିତି ସୁରକ୍ଷିତ ରହିବେ। କିନ୍ତୁ କାର ଭାଗ୍ୟଶାଳୀ ନଥିଲା। ସେ କହିଛନ୍ତି, ବ୍ରଜାଘାତରେ କାର ଅଚଳ ହୋଇ ପଡିଥିଲା। ଲୋକେ ଧକ୍କା ଦେଲେ ମଧ୍ୟ କାର ଗଡିନଥିଲା। ପରିବାର ସଦସ୍ୟଙ୍କୁ ସୁରକ୍ଷିତ ଭାବେ କାରରୁ ବାହାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.