Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝଡରେ ଅସ୍ତବ୍ୟସ୍ତ ଦୁବାଇରେ ବୁର୍ଜ ଖଲିଫାର ଦେଖନ୍ତୁ କିପରି ଫଟୋ ସୁଟ୍ କରିଛନ୍ତି ଫଟୋଗ୍ରାଫର

14/01/2020 at 9:50 PM

ଦୁବାଇ : ନିକଟରେ ଝଡ ତୋଫାନ ସାଙ୍ଗକୁ ବର୍ଷା ଦୁବାଇରେ ବିତ୍ପାତ ରଚିଥିଲା। ବର୍ଷା ଯୋଗୁ ଦୁବାଇ ରାଜରାସ୍ତା ସମେତ ବିମାନ ବନ୍ଦରରେ ମଧ୍ୟ ପାଣି ଭରିଯାଇଥିଲା। ଫଳରେ ଲୋକଙ୍କୁ ବେଶ୍ ଅସୁବିଧା ବି ଭୋଗିବାକୁ ପଡିଥିଲା। ହେଲେ ଏଥିରେ ଦୁବାଇର ଜନୈକ ଫଟୋ ଗ୍ରାଫର ଏକ ଦୁର୍ଲଭ ଫଟୋ ସୁଟ୍ କରିଛନ୍ତି। ସେ ଉଠାଇଥିବା ଫଟୋ ବୁର୍ଜ ଖଲିଫାର ହୋଇଥିବା ବେଳେ ଫଟୋଟିରେ ସିଧା ଏହା ଉପରେ ବଜ୍ରପାତ ହେଉଥିବା ଦେଖାଯାଇଛି। ଯାହାକି ଏକ ଦୁର୍ଲଭ ଫଟୋର ମାନ୍ୟତା ପାଇଛି। 

ଦୁବାଇରେ ବର୍ଷା ଓ ବଜ୍ରପାତ କେବେ କେବେ ହୁଏ। ଏଥିରେ ବୁର୍ଜ ଖଲିଫା ଦୁବାଇର ଏକମାତ୍ର ବିଶାଳ ଟାୱାର। ଏଥିରେ ବଜ୍ରପାତ ଯଦି ବୁର୍ଜ ଖଲିଫା ଉପରେ ହୁଏ ତାର ଦୃଶ୍ୟ କିପରି ହେବ ତାହା କେବଳ ଫଟୋ ଗ୍ରାଫର ପରିକଳ୍ପନା କରିଥିଲେ। ହେଲେ କେବେ ଏପରି ଫଟୋ କ୍ୟାମେରାରେ ତୋଳିବାର ସୌଭାଗ୍ୟ ପାଇବେ କି ନା ତାହା ଜାଣି ନଥିଲେ। ହେଲେ ଗତ ଝଚତୋଫାନ ଓ ବର୍ଷା ତାଙ୍କୁ ଏହି ସୁଯୋଗ ଦେଇଛି।

ଫଟୋଟିକୁ ଦୁବାଇର ଫଟୋ ଗ୍ରାଫର ଜୋହେବ ଅଞ୍ଜୁମ ତାଙ୍କ କ୍ୟାମେରାରେ ଉଠାଇଛନ୍ତି। ଯାହାକୁ ସେ ଦୂର ମରୁଭୂମିରେ ଏକ କ୍ୟାମ୍ପରୁ ଉଠାଇଛନ୍ତି। ଆକାଶୀୟ ବିଜୁଳି ସିଧା ବୁର୍ଜ ଖଲିଫା ମିନାରର ଲାଇଟ୍‌ନିଂ ଆରେଷ୍ଟରରେ ଆରେଷ୍ଟ ହେଉଥିବାର ଦେଖାଯାଇଛି। ଏପରି ଫଟୋଟିଏ ଲାଗି ସେ ଗତ ୭ ବର୍ଷ ହେଲା ଅପେକ୍ଷାରେ ଥିଲେ। ହେଲେ ଦୁବାଇରେ ଏଭଳି ବର୍ଷା ତୋଫାନ ଏକ ନୈସର୍ଗିକ ଘଟଣା ହୋଇଥିବାରୁ ତାଙ୍କୁ ଏତେ ସମୟ ଅପେକ୍ଷା କରିବାକୁ ପଡିଛି।  

   Related Posts