Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ବଜ୍ରାଘାତରେ ମାଆର ମୃତ୍ୟୁ, ଝିଅ ଗୁରୁତର

23/07/2020 at 6:34 PM

ଖୁଣ୍ଟା୨୩/୭: ବ୍ରଜ୍ରାଘାତରେ ଝିଅ ଗୁରୁତର, ମାଆର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣାସାହି ପଞ୍ଚାୟତ ଅଧିନ ଅରିକୁଳ ଡ୍ୟାମ୍‌ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଖୁଣ୍ଟା ବ୍ଲକ ଲକ୍ଷ୍ମଣାସାହି ପଞ୍ଚାୟତ ଅଧିନ ମାହାଲିବସା ଗ୍ରାମର ହାଡିଆ ମୁର୍ମୁ ଙ୍କ ସ୍ତ୍ରୀ ମାଳତୀ ଟୁଡୁ। ତାଙ୍କ ବୟସ ୫୦ ବର୍ଷ ଏବଂ ବିବାହିତା ଝିଅ ସୁକାନ୍ତି ମୁର୍ମୁ, ତାଙ୍କ ବୟସ ୨୨ ବର୍ଷ। ଗୁରୁବାର ଅପରାହ୍ନରେ ଅରିକୁଳ ଡ୍ୟାମ୍ ନିକଟରେ ଥିବା ଚାଷ ଜମିକୁ କାମ କରିବାକୁ ଯାଇଥିଲେ।

ତେବେ ଚାଷ କାମ ସାରି ଅପରାହ୍ନ ରେ ମା-ଝିଅ ଘରକୁ ଫେରୁଥିବା ବେଳେ  ସେହିସ୍ଥାନ ନିକଟରେ ବଜ୍ରାଘାତ ପଡିଥିଲା। ଫଳରେ ଘଟଣାସ୍ଥଳରେ ମାଆ ମାଳତୀର ମୁତ୍ଯୁ ଘଟିଥିବା ବେଳେ ଝିଅ ସୁକାନ୍ତି ଗୁରୁତର ହୋଇପଡିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ମୃତ ମାଆ ଏବଂ ଗୁରୁତର ଝିଅକୁ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରକୁ ନିଆଯାଇଛି। ପରେ ଖବର ପାଇ ଖୁଣ୍ଟା ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ରେ ପହଞ୍ଚି ମୁତ୍ଯୁ ଦେହକୁ ଜବତ କରିଛି।

   Related Posts