Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜଙ୍ଗଲରେ ବଜ୍ରପାତ ! ୧୮ ହାତୀ ମୃତ

13/05/2021 at 6:54 PM

ଗୌହାଟୀ ୧୩।୫: ଆସାମ ନଗାଁବ ଜିଲ୍ଲା ଜଙ୍ଗଲରେ ବଜ୍ରପାତ ଯୋଗୁ ଏକକାଳୀନ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି।  ରାଜ୍ୟ ବନ ବିଭାଗର ଜନୈକ ବରିଷ୍ଠ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଅମିତ ଶହାୟ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କଠିୟାଟୋଲୀ ରେଞ୍ଜର କୁଣ୍ଡୋଲୀ ବନାଞ୍ଚଳ ପାହାଡରେ ଏଭଳି ଅଘଟଣ ଘଟିଛି।

ବୁଧବାର ରାତିରେ ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ପାହାଡରେ ଥିବା ୧୮ଟି ହାତୀ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଏହା ଦୂରବର୍ତ୍ତୀ ଦୁର୍ଗମ ଅଞ୍ଚଳରେ ଘଟିଛି। ଘଟଣା ନେଇ ଗୁରୁବାର ସକାଳେ ସୂଚନା ମିଳିଥିବା ବେଳେ ବନ କର୍ମଚାରୀମାନେ ମଧ୍ୟାହ୍ନ ସୁଧା ଘଟଣାସ୍ଥଳରେ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି ବୋଲି ଶହାୟ କହିଛନ୍ତି।

ମୃତ ହାତୀଙ୍କ ୧୪ଟି ଶବ ପାହାଡ ଉପରେ ମିଳିଥିବା ବେଳେ ୪ଟି ଶବ ପହାଡ ତଳୁ ମିଳିଛି। ପ୍ରାରମ୍ଭିକ ଯାଞ୍ଚରୁ ବଜ୍ରପାତରେ ହାତୀ ପଲ ପ୍ରାଣ ହରାଇଥିବା ଜଣାପଡିଛି। ତେବେ ପୋଷ୍ଟମର୍ଟମ ପରେ ଏକକାଳୀନ ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁର ବାସ୍ତବ କାରଣ ଜଣାପଡିବ ବୋଲି ବନ ସଂରକ୍ଷକ କହିଛନ୍ତି।

   Related Posts