ଦ୍ଵାରକାଧୀଶ ମନ୍ଦିର ଉପରେ ବଜ୍ରପାତ, ଛିଣ୍ଡିଗଲା ପତାକା, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | July 13, 2021 IST

ଦ୍ଵାରକା ୧୩।୦୭:  ଗୁଜରାଟର ଧାର୍ମିକ ନଗରୀ ଦ୍ଵାରକାରେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିର ଉପରେ ବଜ୍ରପାତ। ପ୍ରବଳ ବର୍ଷା ସମୟରେ ଦ୍ଵାରିକାଧୀଶ ମନ୍ଦିରରେ ଖସିଲା ବିଜୁଳି। ବଜ୍ରପାତ ଦେଖି ମନ୍ଦିରରେ ଚହଳ ପଡିଯାଇଛି। ହେଲେ ବଜ୍ରପାତରେ କୌଣସି ଧନଜୀବନହାନୀ ଘଟିନାହିଁ। ମନ୍ଦିରର ବି କୌଣସି କ୍ଷତି ଘଟିନଥିବା ଜଣା ପଡିଛି।

ବଜ୍ରପାତ ହେବାରୁ ମନ୍ଦିରର ପତାକା ଛିଣ୍ଡି ଯାଇଛି। ଗତ ଦୁଇ ଘଣ୍ଟା ଧରି ଦ୍ଵାରକାରେ ଭୀଷଣ ବର୍ଷା ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ଦ୍ଵାରକାରେ ୨ ଇଞ୍ଚରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଘଡଘଡି ବିଜୁଳି ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି।

wp:html /wp:html

ପ୍ରବଳ ବର୍ଷା କାରଣରୁ ଦ୍ଵାରକା ନିକଟସ୍ଥ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ସମୁଦ୍ରରେ ଉଚ୍ଚ ଲହଡି ଆସୁଛି। ପ୍ରତିକୂଳ ସ୍ଥିତିକୁ ଦେଖି ପାଣିପାଗ ବିଭାଗ ଆଗାମୀ ତିନି ଦିନ ପାଇଁ ଚେତାବନୀ ଜାରି କରିଛନ୍ତି। ସମୁଦ୍ର କୂଳକୁ ନଯିବାକୁ ଲୋକଙ୍କୁ  ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.