ସନ୍ଧ୍ୟା ସମୟରେ ଭଗବାନଙ୍କ ପାଖରେ ଲଗାନ୍ତୁ ଦୀପ, ଦୂର ହୋଇଯିବ ଏହି ସବୁ ସମସ୍ୟା

Published By : Prameya-News7 Bureau | February 17, 2019 IST

ଭୁବନେଶ୍ୱର ୧୭/୨ : ହିନ୍ଦୁ ଧର୍ମରେ ସବୁ ସମସ୍ୟାର କିଛି ନା କିଛି ସମାଧାନ ରହିଛି | ସମସ୍ୟା ସମାଧାନ ପାଇଁ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଅନେକ ବିଧି ବିଧାନ ରହିଛି | ତେବେ ପ୍ରତ୍ୟେକ ସମସ୍ୟାର ଅଲଗା ଅଲଗା ପୂଜା ବିଧି ରହିଛି | ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ପୂଜାରେ ଦୀପ ପ୍ରଜ୍ବଳନ କରିବା ଏକ ସାଧାରଣ କଥା | ଆସନ୍ତୁ ଜାଣିବା କେତେକ ସରଳ ଉପାୟ ଯାହାଦ୍ୱାରା ହେବ ସମସ୍ୟାର ସମାଧାନ |

{"id":86132}


ଯଦି ଆପଣ ରୋଗ ବ୍ୟାଧିରୁ ଦୂରରେ ରହିବାକୁ ଚାହୁଁଛନ୍ତି, ସୁସ୍ଥ ରହିବାକୁ ଚାହୁଁଛନ୍ତି ତା'ହେଲେ ପ୍ରତିଦିନ ସନ୍ଧ୍ୟା ସମୟରେ ସୂର୍ଯ୍ୟଦେବଙ୍କ ପାଖରେ ଏକ ଦୀପ ଲଗାନ୍ତୁ | ସୂର୍ଯ୍ୟଦେବଙ୍କ ପାଖରେ ଦୀପ ଲଗାଇଲେ ରୋଗ ବ୍ୟାଧି ହୋଇନଥାଏ |

{"id":86128,"width":576,"height":576}

ଯଦି ଆପଣ ରାତିରେ ଶୋଇଥିବା ସମୟରେ ଖରାପ ସ୍ବପ୍ନ ଦେଖୁଛନ୍ତି କିମ୍ବା ଭୟଭୀତ ହେଉଛନ୍ତି ତା'ହେଲେ ପଞ୍ଚମୁଖୀ ହନୁମାନଙ୍କୁ ପୂଜା କରିବା ସହ ପ୍ରତିଦିନ ପଞ୍ଚମୁଖୀ ହନୁମାନଙ୍କ ପାଖରେ ଦୀପ ଲଗାଇ ପୂଜା କରନ୍ତୁ | ଏଭଳି କରିବା ଦ୍ୱାରା ଧୀରେ ଧୀରେ ଖରାପ ସ୍ବପ୍ନ ଦେଖିବା ବନ୍ଦ ହୋଇଯାଇଥାଏ ଏବଂ ମନରୁ ଭୟ ମଧ୍ୟ ଦୁରେଇ ଯାଇଥାଏ | ଯାହାଫଳରେ ଆପଣ ରାତିରେ ଶାନ୍ତି ଶୋଇପାରିବେ |

{"id":86127,"width":580,"height":580}


ଯଦି ଆପଣ କୌଣସି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତା'ହେଲେ ଘରର ଉତ୍ତର ଦିଗରେ କୁବେର ମହାରାଜଙ୍କ ଫଟୋ କିମ୍ବା ପ୍ରତିମୂର୍ତ୍ତି ରଖି ପ୍ରତିଦିନ ଦୀପ ଲଗାଇ ପୂଜା କରନ୍ତୁ | ଆର୍ଥିକ ସମସ୍ୟା ଦୂର ନହେବା ପର୍ଯ୍ୟନ୍ତ ଏହି ବିଧି କରନ୍ତୁ | ଧୀରେ ଧୀରେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ଖୁସିରେ ଜୀବନ ଅତିବାହିତ କରିବେ |

{"id":86129,"width":587,"height":440}


ଘରେ ଛୋଟ ମୋଟ ଝଗଡା ହେବା ସାଧାରଣ କଥା | ପ୍ରତ୍ୟେକ ଘରେ ଏମିତି ଛୋଟ ମୋଟ ଝଗଡା ହୋଇଥାଏ | କିନ୍ତୁ ସବୁବେଳେ ଘରେ ଝଗଡା ହେଲେ ଘରର ଶାନ୍ତି ଭଙ୍ଗ ହୋଇଥାଏ | ଏହାଛଡା ଘରେ ଏକ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥାଏ | ଏହି ପାରିବାରିକ କଳିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଭଗବାନ ଶ୍ରୀରାମଙ୍କ ପାଖରେ ଏକ ଦୀପ ଲଗାଇ ପୂଜା କରନ୍ତୁ |

{"id":86130,"width":583,"height":330}


ଭଗବାନଙ୍କୁ ଆରାଧନା କଲାବେଳେ ସବୁବେଳେ ଗୋଟିଏ କଥା ମାନେ ରଖିବେ | ଭଗବାନଙ୍କ ପାଖରେ ଆପଣ ଯେଉଁ ଦୀପ ଲଗାଉଛନ୍ତି ସେଥିରେ ଘିଅ କିମ୍ବା ସୋରିଷ ତେଲ ବ୍ୟବହାର କରିବେ | ଭୁଲରେ ବି କେବେ ବାଦାମ ତେଲ କିମ୍ବା ରିଫାଇନ ତେଲ ବ୍ୟବହାର କରିବେ ନାହିଁ | ଏହାଫଳରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.