ଚଡକ ନେଲା ଜୀବନ: ବଜ୍ରପାତରେ ୭ ମୃତ

Published By : Prameya-News7 Bureau | May 10, 2020 IST

ଲକ୍ଷ୍ନୌ, ୧୦|୦୫:  ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତରେ ୭ଜଣଙ୍କ ଜୀବନ ଯାଇଛି । ରବିବାର ସକାଳେ ଓ ଦିନରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହୋଇଥିଲା । ତେବେ ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ରାଜ୍ୟରେ ବଜ୍ରପାତ ଘଟି ବଲିୟା ଜିଲ୍ଲାରେ ୨ଜଣ ପ୍ରାଣ ହରାଇଥିବା ବେଳେ ଚିତ୍ରକୁଟରେ ୨, ଫତେହପୁର ଜିଲ୍ଲାରେ ଜଣେ,  ମିର୍ଜାପୁର ଏବଂ ନୋଏଡାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଚିତ୍ରକୁଟର ସୁହେଲଗ୍ରାମରେ ୨ଜଣ ଚାଷ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଏତତ୍ ବ୍ୟତୀତ ପ୍ରବଳ ବର୍ଷାରେ ନୋଏଡା ଅଞ୍ଚଳରେ କାନ୍ଥ ଧସି ଜଣେ ୭ ବର୍ଷର ବାଳକ ମଧ୍ୟ ପ୍ରାଣ ହରାଇଛି ।

ରାଜ୍ୟରେ ମୋଟ ୧୮ଟି ଜିଲ୍ଲାରେ ସକାଳେ ଓ ଦ୍ୱିପ୍ରହରରେ ହଠାତ ବର୍ଷା ଓ ବଜ୍ରପାତର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଥିଲା । ପଶ୍ପିମ ୟୁପି ଓ ଏନସିଆରରେ ମଧ୍ୟ କାଳବୈଶାଖୀ ଅନୁଭୂତ ହୋଇଥିଲା ।  ତେବେ ଭୀଷଣ ପବନ ଯୋଗୁଁ ରାସ୍ତାରେ ମଧ୍ୟ ବଡବଡ ଗଛ ଭାଙ୍ଗି ପଡିଛି । ବିଭିନ୍ନ ସ୍ଥାନରେ ଅଗ୍ନିଶମ ବାହିନୀ ପହଁଚି ରାସ୍ତାରୁ ଗଛକୁ ସଫା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.