Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜ୍ରପାତରେ ଯୁବକ ମୃତ, ଜଳିଗଲା ନଡିଆ ଗଛ

15/05/2020 at 8:56 PM

ନୀଳଗିରି, ୧୫|୦୫ : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବଜ୍ରାଘାତ ଘଟି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ସେ ଘର ପିଣ୍ଡାରେ ବସିଥିବା ବେଳେ ତାଙ୍କୁ ଚଡକ ମାରିଥିଲା ।

ନୀଳଗିରି ମହିସାପଟା ପଞ୍ଚାୟତ ଅଧିନ ହାତିଆଶିଳା ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବଜ ପ୍ରାଣ ହରାଇଛନ୍ତି । ଆଜି ସନ୍ଧ୍ୟା ୭ଟା ସମୟରେ ବଜ୍ରାଘାତରେ ଜଣେ ତାଙ୍କର ମୃତ୍ୟୁ ଘଟିଛି।ମୃତକ ହେଲେ  ମହିସାପଟା ଗୁରା ସିଂଙ୍କ ପୁଅ ବୁଦ୍ଧଦେବ (୨୧)। ସେ ବର୍ଷା କାରଣରୁ ତାଙ୍କ ସମ୍ପର୍କୀୟ ଭଣଜା ଘରର ପିଣ୍ଡାକୁ ପଶି ଯାଉଥିବା ବେଳେ ହଠାତ ବଜ୍ରାଘାତ ହେବାରୁ ଟଳି ପଡିଥିଲେ। ଏପରିକି  ଘରର ଚାଳ ଛପରରେ ନିଆଁ ମଧ୍ୟ ଲାଗିଯାଇଥିଲା । ଗ୍ରାମବାସୀ ପାଣି ଢାଳି ନିଆଁ ଲିଭାଇ ଦେଇଥିଲେ। ବୁଦ୍ଧଦେବଙ୍କୁ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

ସେହିପରି  ବଜ୍ରଘାତରେ ବାଉଁଶବଣିଆ ପଂଚାୟତ ରାୟପୁର ଗ୍ରାମର କାହ୍ନୁଚରଣ ଲେଙ୍କାଙ୍କ ବାଡ଼ିରେ ଥିବା ଏକ ନଡିଆ ଗଛ ଜଳିଯାଇଛି । ଏଥିରେ କାହ୍ନୁଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

   Related Posts