ଦେବଭୂମିରେ ଦୁର୍ଘଟଣା : ବଜ୍ରପାତରେ ପଡିଗଲା ଗଙ୍ଗା ଘାଟ 'ହର କି ପୋୖଡି'ର ୮୦ ଫୁଟ ଉଚ୍ଚ କାନ୍ଥ

Published By : Prameya-News7 Bureau | July 21, 2020 IST

ହରିଦ୍ୱାର ୨୧/୦୭ : ଦେବଭୂମି ହରିଦ୍ୱାରରେ ଗତକାଲି ଵିଲମ୍ବିତ ରାତିରେ ଝଡତୋଫାନ ଓ ବଜ୍ରପାତ ଯୋଗୁଁ ପ୍ରସିଦ୍ଧ ହର କି ପୋୖଡିର ଗୋଟିଏ ପାଚେରୀ ଭୁଶୁଡି ପଡିଛି | କାନ୍ଥ ପଡି ଏହାର ଭଗ୍ନାବଶେଷ ମନ୍ଦିର ଚାରିପାଖେ ବିଛେଇ ହୋଇ ପଡିଥିଲା | ତେବେ ସୌଭାଗ୍ୟବଶତ କାନ୍ଥ ରାତିରେ ପଡିଥିଲା ଏବଂ ସେତେବେଳେ ସେଠାରେ କେହି ଉପସ୍ଥିତ ନଥିଲେ | ଯାହାଫଳରେ କୌଣସି ବଡ ଦୁର୍ଘଟଣା ଘଟିନଥିଲା | ଦୁର୍ଘଟଣା ଦିନବେଳେ ହୋଇଥିଲେ ଅନେକ ଲୋକଙ୍କ ଜୀବନ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି |

{"id":303540,"sizeSlug":"large"}

ହର କି ପୋୖଡିର କାନ୍ଥ ପଡିଯିବା ସୂଚନା ପାଇ ଗଙ୍ଗା ସଭାର ପଦାଧିକାରୀ, ସାଧୁସନ୍ଥ ଓ ଜିଲ୍ଲା ପ୍ରଶାସନ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ | ମାଟି ତଳେ ବିଜୁଳି ଲାଇନ କାର୍ଯ୍ୟ ଓ ଗ୍ୟାସ ପାଇପ ଲାଇନ କାର୍ଯ୍ୟ ପାଇଁ ମାଟି ଖୋଳା ଯାଇଥିଲା | ଯାହାଫଳରେ ଖାଲମାନଙ୍କରେ ବର୍ଷା ପାଣି ଭର୍ତ୍ତି ହୋଇଯିବାରୁ ଏହିଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି | ଏହାକୁ ନେଇ ବର୍ତ୍ତମାନ ଜିଲ୍ଲା ପ୍ରଶାସନ କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି |

{"id":303537,"sizeSlug":"large"}

ଗଙ୍ଗା ସଭାର ମହାମନ୍ତ୍ରୀ ତନ୍ମୟ ବଶିଷ୍ଠ କହିଛନ୍ତି ଯେ ସୋମବାର ରାତି ପ୍ରାୟ ୩ଟା ସମୟରେ ବଜ୍ରପାତ ଯୋଗୁଁ ଗଙ୍ଗା ଘାଟ କାନ୍ଥ ପଡିଯାଇଥିଲା | ଷୋମବାର ଦିନ ସୋମବତୀ ପର୍ବ ଥିଲା | ଯେଉଁଥିପାଇଁ ଘାଟରେ ଲୋକଙ୍କ ଭିଡ ଥିଲା | ଯଦି ଏହି କାନ୍ଥ ସକାଳେ ପଡିଥାନ୍ତା ତାହେଲେ ଅନେକ କ୍ଷୟକ୍ଷତି ହୋଇଥାନ୍ତା | କିନ୍ତୁ ଗଙ୍ଗା ମା'ଙ୍କ କୃପାରୁ ଏକ ବଡ ଦୁର୍ଘଟଣା ଟଳିଗଲା |

{"id":303539,"sizeSlug":"large"}

ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି | ଉପ ଜିଲ୍ଲା ଅଧିକାରୀ କୁସୁମ ଚୌହାନ କହିଛନ୍ତି ଯେ କାନ୍ଥ ପଡିବାରୁ କାରଣର ଯାଞ୍ଚ ହେବ | କାନ୍ଥ କାହିଁକି ପଡିଲା ତାର ତଦନ୍ତ ପାଇଁ ପ୍ରଶାସନ ଏକ ଟିମ ଗଠନ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.