ଚଡକ ନେଲା ଜୀବନ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ ମୃତ

Published By : Prameya-News7 Bureau | March 19, 2020 IST

ଗଞ୍ଜାମ, ୧୯|୦୩:  ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି।

ବଜ୍ରପାତରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଜୀରାଗାଁ ପଞ୍ଚାୟତ ମୁକ୍ତାହାଣ୍ଡି ଗାଁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଯୁବକ ଥିବା ବେଳେ ଅନ୍ୟ ଜଣଙ୍କ ତାଙ୍କର ୧୧ମାସର ଶିଶୁ ବୋଲି ଜଣାପଡିଛି । ଉଭୟ ଘର ଭିତରେ ଥିବା ବେଳେ ବଜ୍ରାଘାତର ଶିକାର ହୋଇଛନ୍ତି ।  

ସେହିପରି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ କରୁଆମୁଣ୍ଡା ପଞ୍ଚାୟତ ସରଗୁଳ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ଇଟା ପ୍ରସ୍ତୁତ କରୁଥିବା ବେଳେ ତାଙ୍କୁ ଚଡକ ମାରିଥିଲା।

ଆହୁରି ମଧ୍ୟ ଜଗତସିଂହପୁର ଜିଲ୍ଲା ଅପଣ୍ଡରାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୨, କୃଷ୍ଣପ୍ରସାଦରେ ଜଣେ ଓ କେଉଁଝର ଜିଲ୍ଲା କଣ୍ଟ୍ରାପଶିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।  ଏତତ୍ ବ୍ୟତୀତ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ୨ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.