ମଧ୍ୟପ୍ରଦେଶରେ ବଜ୍ରପାତ ନେଲା ୫ ଜୀବନ, ଜଣେ ମହିଳା ଗୁରୁତର

Published By : Prameya-News7 Bureau | September 21, 2021 IST

ଭୋପାଳ ୨୧/୦୯: ମଧ୍ୟପ୍ରଦେଶର ସୁରୈନା ଏବଂ ବୈତୁଲ ଜିଲ୍ଲାରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ୫ ଜଣଙ୍କ ଜୀବନ ଯାଇଛି। ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ଅଧିକାରୀଙ୍କ ଅନୁସାରେ, ସୁରୈନା ଜିଲ୍ଲାରେ ବଜ୍ରପାତ ଯୋଗୁଁ ଜଣେ ବୃଦ୍ଧାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି।

ଆଜି ଦ୍ବିପ୍ରହରରେ ସେଠାରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ୩ ଜଣ ଏକ କୋଡ଼ିଆରେ ଆଶ୍ରୟ ନେଇଥିଲେ। ସେତେବେଳେ ବଜ୍ରପାତ ହୋଇଥିଲା। ୩ ଜଣଙ୍କୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରାଯାଇଛି। ଏହା ବ୍ୟତୀତ ଅନେକ କପୋତଙ୍କ ଜୀବନ ଯାଇଛି।

ସେପେଟେ ବୈତୁଲ ଜିଲ୍ଲା ଆମଲା ବ୍ଲକ୍‌ ଅନ୍ତର୍ଗତ ବୋଚାନବାଡି ଗାଁରେ ମଧ୍ୟ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ମହିଳା ଗୁରୁତର ହୋଇଛନ୍ତି। ଏବେ ମହିଳାଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.