Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପ୍ରାଣ ନେଲା ପ୍ରାକୃତିକ ବିପତ୍ତି, ଉତ୍ତରପ୍ରଦେଶରେ ବଜ୍ରାଘାତରେ ୫ ମହିଳାଙ୍କ ସମେତ ୩୫ ମୃତ

11/07/2021 at 8:37 PM

ଲକ୍ଷ୍ନୌ ୧୧/୭: ଉତ୍ତରପ୍ରଦେଶରୁ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଜ୍ରପାତରେ ରାଜ୍ୟରେ ୫ ମହିଳାଙ୍କ ସମେତ ୩୫ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି। ଗୋଟିଏ ଦିନରେ ପ୍ରାକୃତିକ ବିପତ୍ତି ଯୋଗୁ ଏତେ ସଂଖ୍ୟକ ମୃତ୍ୟକୁ ନେଇ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ସବୁଠୁ ଅଧିକ ଜୀବନ କାନପୁରରେ ଯାଇଛି । ଏଠାରେ ୫ ଜଣଙ୍କ ବ୍ୟତୀତ ୪୩ ମଇଁଷୀଙ୍କ ଜୀବନ ଯାଇଛି। ଉତ୍ତରପ୍ରଦେଶରେ ଅନେକ ଜିଲ୍ଲାରେ ରବିବାର ବର୍ଷା ହୋଇଛି। ବର୍ଷା ସମୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ଅନେକ ଜୀବନ ନେଇଛି। କୌଶାମ୍ବୀ ଏବଂ ପ୍ରତାପଗଡ଼ରେ ୧୪ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାକୃତିକ ବିପତ୍ତିରେ କାନପୁର ଏବଂ ଆଖପାଖ ଜିଲ୍ଲାରେ ୧୮ ଜଣଙ୍କ ପ୍ରାଣ ଯାଇଛି।

ଘାଟମପୁର କ୍ଷେତ୍ରରେ ଜଣେ ଯୁବକଙ୍କ ସମେତ ୪୦ରୁ ଅଧିକ ମଇଁଷୀ ପ୍ରାଣ ହରାଇଛନ୍ତି। ବାନ୍ଦା କୋତବାଲି ଅଞ୍ଚଳରେ ଜଣେ ୧୩ ବର୍ଷୀୟ ଝିଅର ଜୀବନ ନେଇଛି ପ୍ରାକୃତିକ ବିପତ୍ତି ବଜ୍ରାଘାତ। ସେହିଭଳି ଶିକୋହାବାଦ ଥାନା ଅଞ୍ଚଳରେ ବଜ୍ରାଘାତରେ ୩ ଜଣ କୃଷକ ପ୍ରାଣ ହରାଇଥିବା ଜଣାପଡ଼ିଛି ।

   Related Posts