Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପଶ୍ଚିମବଙ୍ଗରେ ବଜ୍ରପାତରେ ୨୦ ଜଣଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ଅନୁକମ୍ପା ରାଶି ଘୋଷଣା

7/06/2021 at 10:54 PM

କୋଲକାତା ୭/୬: ପଶ୍ଚିମବଙ୍ଗରେ ଅଭାବନୀୟ ଘଟଣା ଘଟିଛି। ରାଜ୍ୟର ୩ ଜିଲ୍ଲାରେ ସୋମବାର ବଜ୍ରପାତରେ ୨୦ ଜଣଙ୍କ ଜୀବନ ଯାଇଛି। ମୁର୍ଶିଦାବାଦ ଏବଂ ହୁଗଳୀରେ ୯ ଜଣ ଲେଖାଁଏ ମୃତ୍ୟୁବରଣ କରିଥିବା ବେଳେ ମେଦିନପୁର ଜିଲ୍ଲାରେ ଦୁଇ ଜଣଙ୍କ ଜୀବନ ନେଇଛି ବଜ୍ରପାତ । ଏଭଳି ଏକ ଦୁଃଖଦ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାର ପ୍ରତି ସମାବେଦନା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ।

ମୋଦୀ ଟ୍ବିଟ୍‌ରରେ ଲେଖିଛନ୍ତି, ‘ପଶ୍ଚିମବଙ୍ଗର କିଛି ସ୍ଥାନରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।’  ଏହା ସହ ମୋଦୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଁଏ ଘୋଷଣା କରିଛନ୍ତି।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ‘ପଶ୍ଚିମବଙ୍ଗରେ ବଜ୍ରପାତରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁଃଖଦ। ମୃତକଙ୍କ ପରିଜନଙ୍କୁ ସମବେଦନା ଜଣାଉଛି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।’

ମିଳିଥିବା ସୂଚନା ଅନୁସାରେ ମୁର୍ଶିଦାବାଦରେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଜଙ୍ଗିପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଲକାତା ସହିତ ଦକ୍ଷିଣ ବେଙ୍ଗଲରେ ଦ୍ବିପ୍ରହର ପରେ ପ୍ରବଳ ବର୍ଷା ହୋଇଛି। ଏହାକୁ ପ୍ରାକ୍‌ ମୌସୁମୀ ବର୍ଷା ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

   Related Posts