ବର୍ଷା ଭିତରେ ହେଲା ବଜ୍ରପାତ, ଜଳିଗଲା ଘର, ଗୋଟିଏ ଗାଈ ଜୀବନ୍ତ ଦଗ୍ଧ, ୪ ଗୁରୁତର

Published By : Prameya-News7 Bureau | December 05, 2021 IST

ଜଗତସିଂହପୁର, ୦୫/୧୨: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ଅନୁପଲ୍ଲା ଗ୍ରାମରେ ସଂଧ୍ୟାରେ ବଜ୍ରପାତ ହୋଇଛି। ବଜ୍ରପାତରେ ଅନୁପଲ୍ଲା ଗ୍ରାମର ମାନସ କୁମାର ବେହେରାଙ୍କ ବାସଗୃହ ଓ ଗୁହାଳ ଘରେ ନିଆଁଲାଗି ପୋଡ଼ି ଯାଇଥିବା ବେଳେ ଗୋଟିଏ ଗାଈ ଜୀବନ୍ତଦଗ୍ଧ ହୋଇ ଥିବା ବେଳେ ୪ଟି ଗାଈ ଗୁରୁତର ହୋଇଛନ୍ତି।

ଖବର ପାଇ ତିର୍ତ୍ତୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ମାନସଙ୍କ ବାସଗୃହ ଆସବାବପତ୍ର ସମେତ ଗୃହପାଳିତ ପଶୁ କ୍ଷତିଗ୍ରସ୍ତ ହୋଇଛନ୍ତି। ଗୁରୁତର ଗୃହପାଳିତ ଗାଇ ଗୁଡିକୁ ପଶୁଧନ ନିରିକ୍ଷକ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.